ହାଇଦ୍ରାବାଦ: ସିଡନୀ ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆର ବଡ ବିପର୍ଯ୍ୟୟ । ବର୍ଡର ଗାଭାସ୍କର ଟ୍ରଫିରେ ଭାରତର ଲଜ୍ଜାଜନକ ପରାଜୟ ହୋଇଛି । ଅନ୍ତିମ ମ୍ୟାଚରେ ମେନ ଇନ ବ୍ଲୁ କୁ ୬ ଓ୍ବିକେଟରେ ମାତ ଦେଇ ଟ୍ରଫି ହାତେଇଲା ଅଷ୍ଟ୍ରେଲିଆ । ୩-୧ରେ ସିରିଜ ଜିତିଲା କଙ୍ଗାରୁ ଦଳ । ୧୦ବର୍ଷ ପରେ ଏହି ସିରିଜରେ ଟ୍ରଫି ହାତେଇବାର ସୁଯୋଗ ପାଇଲା ଘରୋଇ ଟିମ୍ । ୨୦୧୪-୧୫ ପରଠାରୁ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି ଜିତି ନଥିଲା। ଏହି ସିରିଜ ହାରିବା ପରେ ଭାରତ ଡବ୍ଲୁଟିସି ଫାଇନାଲରେ ପହଞ୍ଚିବା ଆଶା କ୍ଷୀଣ ହୋଇଛି । ଅଷ୍ଟ୍ରେଲିଆ ସିଧା ଫାଇନାଲରେ ପହଞ୍ଚିଛି । ସ୍କଟ ବୋଲାଣ୍ଡଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଏବଂ ଯଶପ୍ରୀତ ବୁମରାଙ୍କୁ ପ୍ଲେୟାର ଅଫ୍ ଦି ସିରିଜ ଭାବେ ବିବେଚିତ କରାଯାଇଛି । ସିରିଜରେ ବୁମରା ସର୍ବାଧିକ ୩୨ ଓ୍ବିକେଟ ନେଇଛନ୍ତି ।
5⃣ matches.
— BCCI (@BCCI) January 5, 2025
3⃣2⃣ Wickets 🫡
Incredible spells ⚡️#TeamIndia Captain Jasprit Bumrah becomes the Player of the series 👏👏#AUSvIND | @Jaspritbumrah93 pic.twitter.com/vNzPsmf4pv
ଭାରତକୁ ମହଙ୍ଗା ପଡିଲା ବୁମରାଙ୍କ ଅସୁସ୍ଥତା, ଟ୍ରଫି ହାତେଇଲା କଙ୍ଗାରୁ ଟିମ୍:
It was a 10-year wait but worth it 🏆#WTC25 | #AUSvIND pic.twitter.com/omPX93kX8d
— ICC (@ICC) January 5, 2025
ଗତକାଲି ଭାରତ ଦ୍ବିତୀୟ ଇନିଂସ ଆରମ୍ଭ କରି ଷ୍ଟମ୍ପ ଅପସାରଣ ସୁଦ୍ଧା ୬ ଓ୍ବିକେଟ ହରାଇ ୧୪୧ ରନ କରିଥିଲା । ଆଜି ତୃତୀୟ ଦିନରେ ଜାଡେଜା ଓ ଓ୍ବାସିଂଟନ ସୁନ୍ଦର ବ୍ୟାଟିଂ ଆରମ୍ଭ କରିଥିଲେ । ୩୯.୫ ଓଭରରେ ଭାରତ ସମସ୍ତ ଓ୍ବିକେଟ ହରାଇ ୧୫୭ ରନରେ ଅଟକିଥିଲା। ଏହାପରେ କଙ୍ଗାରୁ ଦଳ ଦ୍ବିତୀୟ ପାଳି ଆରମ୍ଭ କରିଥିଲା। ଗତକାଲି ପଡିଆ ମଝିରେ ବୁମରା ଅସୁସ୍ଥ ହୋଇଥିବାରୁ ଆଜି ବୋଲିଂ କରିପାରିନଥିଲେ । ଫଳରେ ନୀତିଶ, କ୍ରିଷ୍ଣା, ଓ୍ବାସିଂଟନ ସୁନ୍ଦର, ମହମ୍ମଦ ସିରାଜ ବୋଲିଂ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଦଳକୁ ଲକ୍ଷ ସ୍ଥଳରେ ପହଞ୍ଚିବାରେ ଅଟକାଇ ପାରିନଥିଲେ । ୨୭ ଓଭରରେ ୪ ଓ୍ବିକେଟ ହରାଇ ୧୬୨ ରନ କରି ବିଜୟୀ ହୋଇଥିଲା କଙ୍ଗାରୁ ଟିମ । ଉସମାନ ସର୍ବାଧିକ ୪୧ ରନ କରିଥିଲେ । ଯଦି ବୁମରା ଆଜି ବୋଲିଂ କରିଥାନ୍ତେ ତେବେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଘରୋଇ ଦଳ ପାଇଁ କଠିନ ହୋଇପାରିଥାନ୍ତା । କ୍ରିଷ୍ଣା ୩ଟି ଓ୍ବିକେଟ ନେଇଥିବା ବେଳେ ସିରାଜ ଆଜି ଗୋଟିଏ ଓ୍ବିକେଟ ଅକ୍ତିଆର କରିଥିଲେ ।
ଭାରତର ବ୍ୟାଟିଂ ବିପର୍ଯ୍ୟୟ, ବୋଲିଂରେ କମାଲ:
Ready to defend their World Test Championship mace 👊
— ICC (@ICC) January 5, 2025
Australia qualify for the #WTC25 Final at Lord's 🏏
More 👉 https://t.co/EanY9jFouE pic.twitter.com/xcpTrBOsB8
ଶେଷ ଟେଷ୍ଟ ମ୍ୟାଚରେ ଭାରତ ବ୍ୟାଟିଂ ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଥିଲେ ମଧ୍ୟ ପ୍ରଥମ ଇନିଂସରେ ଆଗୁଆ ରହିଥିଲା । ବୋଲିଂରେ ସାନ୍ଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ୭୨.୨ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୮୫ ରନ କରିଥିଲା ଦଳ । ଘାତକ ବୋଲିଂ ଯୋଗୁଁ ଟିମ୍ ଇଣ୍ଡିଆ ଆଗରେ ପ୍ରଥମ ଇନିଂସରେ ଲୟ ହରାଇଥିଲେ କଙ୍ଗାରୁ ବ୍ୟାଟର । ଫଳରେ ପ୍ରଥମ ଇଂନିସରେ ପଛୁଆ ରହି ୧୮୧ ରନ କରିଥିଲା ଅଷ୍ଟ୍ରେଲିଆ । ପରେ ଦ୍ବିତୀୟ ଇନିଂସରେ ଭାରତ ୧୫୭ ରନରେ ଅଲଆଉଟ ହୋଇଥିଲା । ଜବାବରେ ଅଷ୍ଟ୍ରେଲିଆ ଆଜି ୧୬୨ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇ ଅନ୍ତିମ ମ୍ୟାଚରେ ବିଜୟୀ ହୋଇଥିଲା । ଭାରତୀୟ ଦଳରେ ଶେଷ ମ୍ୟାଚ ପାଇଁ ପରିବର୍ତ୍ତନ ପରେ ବି କୌଣସି ପ୍ରଭାବ ପଡିନଥିଲା । ବ୍ୟାଟିଂ ସ୍ଥିତିରେ କୌଣସିବି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା । କେବଳ ଋଷଭ ପନ୍ତ ଅର୍ଦ୍ଧଶତକ ହାସଲ କରିଥିଲେ । ଯାହା ଫଳରେ ବର୍ଡର ଗାଭାସ୍କର ଟ୍ରଫି ଭାରତ ହାତରୁ ଚାଲିଯାଇଛି । ଏହି ସିରିଜରେ ଭାରତ ଗୋଟିଏ ମ୍ୟାଚ ବିଜୟୀ ହୋଇଥିବା ବେଳେ ୨ଟିରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି । ଗୋଟିଏ ମ୍ୟାଚ ଡ୍ର ରହିଥିଲା ।
Emotionally charged 🥹
— ICC (@ICC) January 5, 2025
The moment Australia claimed the Border-Gavaskar Trophy and a spot in the #WTC25 Final 👏#AUSvIND pic.twitter.com/ohWwtgWBel
WTC ଫାଇନାଲରେ ଅଷ୍ଟ୍ରେଲିଆ:
ସିରିଜ ବିଜୟର ଅର୍ତ ହେଉଛି ଅଷ୍ଟେରଲିଆ ଡବ୍ଲୁଟିସି ଫାଇନାଲରେ ପହଞ୍ଚିବା ନିଶ୍ଚିନ୍ତ ହୋଇଛି । ଆସନ୍ତା ଜୁନ ମାସ ୧୧ ତାରିଖରେ ଲର୍ଡସରେ ଦକ୍ଷିଣ ଆଫ୍ରିକା ଓ କଙ୍ଗାରୁ ଦଳ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଖେଳାଯିବ ।