ଦୁଇ ଦିନିଆ ଓଡିଶା ଗସ୍ତରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

🎬 Watch Now: Feature Video

thumbnail

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ। ଆସନ୍ତାକାଲି ଶନିବାର କଟକ ଜୁଡିସିଆଲ ଏକାଡେମୀରେ ହେବାକୁ ଥିବା ନାସନାଲ କନଫରେନ୍ସ ଅନ ଡିଜିଟାଲାଜାଇସେନ ପେପର ଲେସ କୋର୍ଟ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀରେ ଦେଶର ବିଭିନ୍ନ ହାଇକୋର୍ଟ ର ବିଚାରପତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଆଜି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ ଓଡ଼ିଶାରେ ପହଞ୍ଚିଛନ୍ତି । ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ କରାଯାଇଛି । 

ଏହା ମଧ୍ୟ ପଢନ୍ତୁ- Manipur violence: ବିଜେପି ବିଧାୟକଙ୍କୁ ପିଟିଲେ ବିକ୍ଷୋଭକାରୀ, ମଣିପୁରରେ ୩୫୫ ଧାରା ଜାରି

ପ୍ରକାଶ ଥାଉକି,ତିନି ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତର ଆଜି ଦ୍ବିତୀୟ ଦିନ । ଆଜି ମହାମହିମ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ । ଏହାପୂର୍ବରୁ ସକାଳୁ ସେ କାରକେଡରେ ରାଇରଙ୍ଗପୁର ସ୍ଥିତ ପୂର୍ଣ୍ଣେଶ୍ବର ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ରାଜ୍ୟପାଳ ଥିବା ସମୟରେ ଦ୍ରୌପଦୀ ମୁର୍ମୁ ପ୍ରାୟତଃ ଏହି ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କରୁଥିଲେ । ରାଷ୍ଟ୍ରପତି ଭାବେ ନାମ ଘୋଷଣା ହେବା ପରେ ମଧ୍ୟ ମନ୍ଦିରକୁ ଆସି ଝାଡୁ ମାରିଥିଲେ । ବର୍ତ୍ତମାନ ନିଜ ଜନ୍ମମାଟିକୁ ଆସିଥିବାବେଳେ ପୁଣିଥରେ ସେ ମହାଦେବଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.