thumbnail

By

Published : Jun 14, 2023, 8:54 PM IST

ETV Bharat / Videos

ବାହାନଗା ଟ୍ରାଜେଡି: SCBରେ ଆହତଙ୍କୁ ଭେଟିଲେ ଛତିଶଗଡ଼ ରାଜ୍ୟପାଳ

କଟକ: ଏସସିବି ମେଡିକାଲରେ ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତଙ୍କୁ ଭେଟିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଏନେଇ ଏସସିବି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ସେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହାସହ ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି, "ଏସସିବିରେ ଉତ୍ତମ ଚିକିତ୍ସା ଜାରି ରହିଛି। ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ଖୁବଶୀଘ୍ର ସେମାନେ ସୁସ୍ଥ ହୋଇକି ଘରକୁ ଫେରନ୍ତୁ। ରେଳ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଥିଲା । ଯେଉଁମାନେ ଏହି ଟ୍ରାଜେଡି ପାଇଁ ଦାୟୀ ସେମାନେ ଦଣ୍ଡିତ ହେବା ଆବଶ୍ୟକ ।"

ଟ୍ରେନ ଦୁର୍ଘଟଣା ପରେ ପ୍ରଥମେ 201ଜଣ ଏସସିବିରେ ଭର୍ତ୍ତି ହୋଇଥିବାବେଳେ ବର୍ତ୍ତମାନ  56 ଜଣ ଚିକିତ୍ସିତ ହେଉଛନ୍ତି । ସେଥିମଧ୍ୟରୁ 1 4ଜଣ ଆଇସିୟୁରେ ରହିଛନ୍ତି। ଆଉ ଜଣଙ୍କର ମୃତ୍ୟ ହୋଇଛି । ତେବେ ମୃତକଙ୍କ ନାଁ ବିଜୟ ପାଶଓ୍ବାନ ହୋଥଇବାବେଳେ ତାଙ୍କ ଘର ବିହାର ଅଞ୍ଚଳରେ ବୋଲି ଜଣାପଡିଛି। ଦୁର୍ଘଟଣାରେ ତାଙ୍କର ମେରୁଦଣ୍ଡ ଏବଂ ଛାତିରେ ଗଭୀର ଆଘାତ ଲାଗିଥିଲା । ଦୁର୍ଘଟଣା ପରଦିନ ଅର୍ଥାତ 3 ତାରିଖ ସକାଳେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।  ଚିକିତ୍ସା ଚାଲୁଥିବାବେଳେ ଅବସ୍ଥା ଗୁରୁତର ହେବାରୁ 7ତାରିଖରେ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ୱାସ୍ଥ୍ୟଵସ୍ଥାରେ ପରିବର୍ତ୍ତନ ଆସୁଥିବାବେଳେ ହଟାତ ରାତିରେ ନିଶ୍ୱାସ ନେବାରେ କଷ୍ଟ ହେବା ସହ  ବ୍ଲଡ ପ୍ରେସର ଲୋ ହେବାରୁ ଭେଣ୍ଟିଲେଟରରେ ରଖାଯିବା ପରେ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା । 

ଏହା ଏସସିବିରେ ଚିକିତ୍ସିତ ହେଉଥିବା ଟ୍ରେନ ଦୁର୍ଘଟଣାରେ ପ୍ରଥମ ମୃତ୍ୟୁ ବୋଲି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଥିଲା । ଶବ ବ୍ୟବଛେଦ ପରେ ବିଜୟଙ୍କ ମରଶରୀରକୁ ପ୍ରଶାସନ ପକ୍ଷରୁ ତାଙ୍କ ଘରକୁ ପଠାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । 

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.