ବାହୁଡ଼ିଲେ ଶ୍ରୀଜିଉ, ସିଂହଦ୍ବାରରେ ଲାଗିଲା ତିନି ରଥ

By

Published : Jun 28, 2023, 7:27 PM IST

thumbnail

ପୁରୀ: ଜନ୍ମବେଦୀରୁ ବାହୁଡ଼ିଲେ ଶ୍ରୀଜିଉ । ନବଦିନାତ୍ମକ ଲୀଳାଖେଳା ସାରି ଭାଇଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀକୁ ଆସିଲେ ମହାବାହୁ । ଭକ୍ତଙ୍କ ମେଳରେ ଗହଳି ଲଗାଇ ବାହୁଡ଼ିଲେ ମହାବାହୁ । ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ । ପ୍ରଭୁ ଶ୍ରୀ ବଦଭଦ୍ରଙ୍କ ତାଳଧ୍ବଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳଳ ରଥ ପରେ ଲାଗିଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ସନ୍ଧ୍ଯା ୬ଟା ୪୩ ସମୟରେ  ସିଂହଦ୍ବାର ସମ୍ମୁଖରେ ଜଗନ୍ନାଥଙ୍କ ରଥ ଲାଗିଲା । ଶ୍ରୀନଅର ନିକଟରେ ଶ୍ରୀ ଜଗନ୍ନାଥଙ୍କ ସହ ଲକ୍ଷ୍ମୀ ସାଆନ୍ତାଣିଙ୍କ ଭୋଟ ହେବା ପରେ ସିଂହଦ୍ବାର ଅଭିମୁଖେ ବାହାରିଥିଲା ନନ୍ଦିଘୋଷ । ହଜାର ହଜାର ଭକ୍ତ କାଳିଆର ରଥ ଟାଣି ଟାଣି ସିଂହଦ୍ବାରରେ ଲଗାଇଛନ୍ତି । ରଥରେ ଭାବର ଠାକୁରଙ୍କୁ ଦେଖି କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ । ଦୁଇ ହାତ ଉପରକୁ ଟେକି ଉଚାରୁଛନ୍ତି ଜୟ ଜଗନ୍ନାଥ । ଘଣ୍ଟ, ଶଙ୍ଖ, ହୁଳହୁଳି ନାଦରେ କମ୍ପି ଉଠୁଛି ଶ୍ରୀକ୍ଷେତ୍ର । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଛି ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.