Ratha Yatra 2023: ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥ ଦଉଡ଼ି

By

Published : Jun 7, 2023, 7:13 AM IST

thumbnail

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଏନେଇ ରଥ ନିର୍ମାଣ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର କାର୍ଯ୍ୟ ଜୋର ସୋରରେ ଜାରି ରହିଛି । ଏହାରି ମଧ୍ୟରେ ପୁରୀରେ ପହଞ୍ଚିଛି ରଥଯାତ୍ରା ପାଇଁ ରଥ ଦଉଡ଼ି । ରଥଟଣା ସହ ଇନର, ଆଉଟଡୋର ଓ ଜେନେରାଲ୍ କର୍ଡନ୍ ପାଇଁ ସମୁଦାୟ ୨୬ଟି ରଥ ଦଉଡ଼ି ଆସି ପହଞ୍ଚିଛି ଶ୍ରୀମନ୍ଦିର କାର୍ଯ୍ୟାଳୟରେ । ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରସ୍ତୁତ ହୋଇ ଆସିଛି ଏହି ଦଉଡ଼ି । ରାଜ୍ୟ କତା ନିଗମ ପକ୍ଷରୁ ରଥଯାତ୍ରା ପାଇଁ ଏହି ଦଉଡି ପ୍ରସ୍ତୁତ କରାଯାଇଥିବା ବେଳେ ଆଜି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । 26ଟି ଦଉଡି ପ୍ରଦାନ କରାଯାଇଥିବା ବେଳେ ସେଥିରେ 14ଟି ରଥ ଟଣା ପାଇଁ ଦଉଡି ରହିଅଛି । ସେହିପରି 3ଟି କର୍ଡନ ଦଉଡି ସମେତ ଘେର ଦଉଡି ପ୍ରଦାନ କରାଯାଇଛି । ରଥ ଯାତ୍ରାରେ ଏହି ଦଉଡି ବ୍ୟବହାର ନେଇ ଓଡିଶା କତା ନିଗମ ପକ୍ଷରୁ ଏହାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.