ଆଜି ପାଇଁ ରଥଟଣା ଶେଷ, ଅଧା ବାଟରେ ଅଟକିଲା ଦର୍ପଦଳନ ଓ ନନ୍ଦିଘୋଷ

By

Published : Jun 20, 2023, 9:13 PM IST

thumbnail

ପୁରୀ: ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଭାଇ- ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି ମହାପ୍ରଭୁ । ସଅଳ ପହଣ୍ଡି ଓ ରଥଟଣା ସତ୍ବେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲାନି ନନ୍ଦିଘୋଷ । ସେପଟେ ଆଜି ପାଇଁ ରଥଟଣା ଶେଷ ହୋଇଛି । ଶରଧାବାଲିରେ ବଡ଼ ଠାକୁରଙ୍କ ତାଳଧ୍ବଜ ରଥ ପହଞ୍ଚିଛି । ଅଧା ବାଟରେ ଅଟକିଲା ଦେବୀ ଶୁଭଦ୍ରାଙ୍କ ଓ କାଳିଆ ସାଆନ୍ତଙ୍କ ରଥ । ବଡ଼ଶଙ୍ଖ ନିକଟରେ ଦେବୀ ଶୁଭଦ୍ରାଙ୍କ ଦର୍ପଦଳନ ରଥ ଅଟକିଛି । ସେହିପରି ବଳଗଣ୍ଡିରେ କଳା ଠାକୁରଙ୍କ ନନ୍ଦିଘୋଷ ରଥ ଅଟକିଛି । ଆସନ୍ତାକାଲି ସକାଳ ୯ଟାରୁ ପୁଣି ରଥଟଣା ଆରମ୍ଭ ହେବ । ଗୁରୁବାର ଅପରାହ୍ନରେ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ ହେବ । ରଥରେ ସନ୍ଧ୍ୟା ଧୂପ ପରେ ଆଡ଼ପ ମଣ୍ଡପକୁ ଯିବେ ଶ୍ରୀଜିଉ । ତେବେ ରଥରେ ଦୁଇ ଦିନ ରହି ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ ।   

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.