RathaKhala Halchal: ସିଙ୍ଗଡା ବାଡିଆ କାର୍ଯ୍ୟ ସହ ଚାଲିଛି ନୃସିଂହ ରୂପ ଖୋଦେଇ - ରଥଖଳା 2023
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/640-480-18437181-thumbnail-16x9-vv.jpg)
ପୁରୀ: ପାଖେଇ ଆସୁଛି ବିଶ୍ବନିୟନ୍ତଙ୍କ ଘୋଷଯାତ୍ରା । ବିଶ୍ବବ୍ରହ୍ମାଣ୍ଡଙ୍କ ବଡ ଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ ବିଧି ଅନୁସାରେ ଚାଲିଛି ରଥ ନିର୍ମାଣ । ଭୋଇ କମାର ସମେତ ବିଭିନ୍ନ ସେବକ ମାନେ ପ୍ରଭୁଙ୍କ ରଥ ନିର୍ମାଣରେ ନିମଗ୍ନ । ସକାଳୁ ସଂଧ୍ୟା ଯାଏଁ ଶ୍ରୀକ୍ଷେତ୍ର ପୁରୀ ରଥଖଳା ଚଳଚଞ୍ଚଳ । ରଥ ନିର୍ମାଣ କାର୍ଯ୍ୟ ଆଜି ତ୍ରୟୋଦଶ ଦିନରେ ପହଞ୍ଚିଛି । ପବିତ୍ର ନୃସିଂହ ଚତୁର୍ଦଶୀ ତିଥିରେ ବିଧି ମତେ ଗୁଜ କାଠ, ଅର ତଥା ତୂମ୍ବରେ ଅର ସଂଯୋଗ ଏବଂ ଚଉପଟ ହୋଇଥିବା ଗୁଜରେ ରୂପକାର ସେବକଙ୍କ ଦ୍ବାରା ନୃସିଂହରୂପ ଖୋଦେଇ ଅନୁକୂଳ ପର୍ବ ଶେଷ ହେବା ପରେ ରଥ ଚକ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ରଥଖଳାର ଯନ୍ତାଗାଡ ଠାରେ ତୂମ୍ବରେ ଅର ସଂଯୋଗ ପାଇଁ ସିଙ୍ଗଡା ବାଡିଆ କାର୍ଯ୍ୟ କରୁଛନ୍ତି ଭୋଇ ସେବକ। ତିନିରଥର ମହାରଣା ମାନେ ତିନିରଥ ପାଇଁ ଆବଶ୍ୟକ ଗୁଜ ଚଉପଟ କାର୍ଯ୍ୟ ଶେଷ କରିଛନ୍ତି। ତାଳଧ୍ବଜ ରଥର ୧୬ ଗୋଟି, ଦେବଦଳନ ରଥର ୧୨ ଗୋଟି ଏବଂ ନନ୍ଦିଘୋଷ ରଥର ୧୬ ଗୋଟି ରହିଛି। ତିନିରଥର ପର୍ଶ୍ଵଦେବତାଙ୍କ ପାଇଁ ଜଳଯନ୍ତ୍ର ନିର୍ମାଣ ଶେଷ ହୋଇଅଛି। ତିନିରଥର ମହାରଣା ମାନେ ତିନିରଥର ଦୁଇଟି ଲେଖାଁଏ ଯନ୍ତା ପଟାରେ ତିନିଟି ଲେଖାଁଏ ବିନ୍ଧ କାର୍ଯ୍ୟ ସହ ଗୋଟି କିଳା ନିର୍ମାଣ ଶେଷ କରିଛନ୍ତି ମହାରଣା ମାନେ । ଚକ ପାଇଁ ଆବଶ୍ୟାକ ଅର ଗୁଡିକର ମୁଖ ସାଲ କାର୍ଯ୍ୟ ଶେଷ କରିଛନ୍ତି । ସେପଟେ ତିନିରଥର ରୂପକାର ସେବକ ମାନେ ତାଳଧ୍ବଜ ରଥର ୨ ଗୁଜ, ନନ୍ଦିଘୋଷ ରଥର ୨ ଗୋଟି ଗୁଜ ଏବଂ ଦେବଦଳନ ରଥର ୩ ଗୋଟି ଗୁଜରେ ନୃସିଂହ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳ ବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ତିନିରଥର ୪୨ ତୁମ୍ବ ପାଇଁ ଆବଶ୍ୟକୀୟ ବଳା ତଥା ପନ୍ଦାରି ନିର୍ମାଣ ଜାରି ରଖିଛନ୍ତି।
ଇଟିଭି ଭାରତ, ପୁରୀ