Rathakhala Halchal: ଭଉଁରୀ ତିଥିରେ ଅଖ ଚକ ଡେରା ନୀତି ପାଇଁ ପ୍ରସ୍ତୁତି ଶେଷ - ରଥଖଳା ହାଲଚାଲ

🎬 Watch Now: Feature Video

thumbnail

By

Published : May 10, 2023, 6:12 PM IST

ପୁରୀ: ପାଖେଇ ଆସୁଛି ବିଶ୍ବନିୟନ୍ତଙ୍କ ଘୋଷଯାତ୍ରା । ବିଶ୍ବବ୍ରହ୍ମାଣ୍ଡଙ୍କ ବଡ ଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ ବିଧି ଅନୁସାରେ ଚାଲିଛି ରଥ ନିର୍ମାଣ । ଭୋଇ କମାର ସମେତ ବିଭିନ୍ନ ସେବକମାନେ ପ୍ରଭୁଙ୍କ ରଥ ନିର୍ମାଣରେ ନିମଗ୍ନ । ସକାଳୁ ସଂଧ୍ୟା ଯାଏଁ ଶ୍ରୀକ୍ଷେତ୍ର ପୁରୀ ରଥଖଳା ଚଳଚଞ୍ଚଳ । ରଥ ନିର୍ମାଣ କାର୍ଯ୍ୟ ଆଜି ଷଡ଼ୋଶ ଦିନରେ ପହଞ୍ଚିଛି । ଆସନ୍ତା ୧୨ ତାରିଖ ପବିତ୍ର ଭଉଁରୀ ତିଥିରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ରଥଖଳାରେ ୬ଟି ଚକ ସହ ତିନୋଟି ଅଖ ସଂଯୋଗ ନୀତି ଅନୁଷ୍ଠିତ ହେବ। ତିନିରଥର ୫ଟି ଲେଖାଁଏ ମୋଟ ୧୫ ଗୋଟି ଚକର ନିର୍ମାଣ ଶେଷ ହେବା ସହ ତିନିରଥର ଗୋଟିଏ ଗୋଟିଏ ଅଖର ଅନୁକୂଳ ପୂଜା ହୋଇଛି। ତିନିରଥର ଆଉ ଗୋଟିଏ ଗୋଟିଏ ଚକ ନିର୍ମାଣ ହୋଇ ମୋଟ ଆଜି ସୁଦ୍ଧା ୧୮ ଗୋଟି ଚକର ନିର୍ମାଣ ଶେଷ ହୋଇଛି । ତିନି ରଥର ଗୋଟିଏ ଗୋଟିଏ ଅଖର ଦୁଇ ମୁହଁ ର ଗୋଳେଇ କାର୍ଯ୍ୟ ଶେଷ ହୋଇଛି। ତିନିରଥର ୭ମ ଏବଂ ୮ମ ଚକ ନିର୍ମାଣ ପାଇଁ ତୁମ୍ବ ଅରରେ ପଇ ସଂଯୋଗ ହୋଇ ପଇର ସଂଯୋଗ ସ୍ଥଳ କଳଶା କାର୍ଯ୍ୟ ଜାରି ରହିଛି । ତିନି ରଥର ନବମ ଚକର ସିଙ୍ଗଡା ବାଡିଆ ପୂର୍ବରୁ ତୂମ୍ବରେ ଅର ସଂଯୋଗ କାର୍ଯ୍ୟ ଚାଲୁଛି । ତିନି ରଥର ଜୋକା ନିର୍ମାଣ ପାଇଁ ତିନି ରଥ ଚାଳିକୁ ରଥ ଆମୀନ ପ୍ରଥମ ଦଫାରେ ୬ଟି ଲେଖାଁଏ ୧୨ ଫୁଟୁଆ ଧଉରା କାଠ ଯୋଗାଇ ଦେଇଥିଲେ । ସେଗୁଡିକର ଚଉପଟ କାର୍ଯ୍ୟ ତିନିରଥ ମହାରଣା ମାନେ ଜାରି ରଖିଛନ୍ତି । ତିନିରଥର ରୂପକାର ସେବକମାନେ ଗୁଜରେ ରୂପ ଖୋଦେଇ ଜାରି ରଖିଛନ୍ତି । ଦୋଳବେଦୀ କମାର ଶାଳରେ କମାର ସେବକମାନେ ପନ୍ଦାରି ଏବଂ ବଳା ନିର୍ମାଣ ଜାରି ରଖିଛନ୍ତି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.