chandrayaan-3 Project Director: ପି ଭେରାମୁଥୁଭେଲଙ୍କ ପିତାଙ୍କୁ ସମ୍ମାନିତ କଲେ ସ୍ଥାନୀୟ ଲୋକେ - ଭାରତୀୟ ମହାକାଶ ସଂସ୍ଥା
🎬 Watch Now: Feature Video
Published : Aug 23, 2023, 10:28 PM IST
ଚେନ୍ନାଇ: ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-3’ର ସଫଳ ଲ୍ୟାଣ୍ଡିଂ ପରେ ସମଗ୍ର ଦେଶ ଆଜି ବୈଜ୍ଞାନିକଙ୍କ ସାମର୍ଥ୍ୟ ଓ ଦକ୍ଷତା ପାଇଁ ଗର୍ବ ଅନୁଭବ କରୁଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋକୁ ସବୁଠୁ ଛୁଟିବାରେ ଲାଗିଛି ଶୁଭେଚ୍ଛା । ଏହି ବହୁପ୍ରତୀକ୍ଷିତ ମିଶନର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ମହାକାଶ ବିଜ୍ଞାନୀ ପି.ଭେରାମୁଥୁଭେଲଙ୍କ ପିତାଙ୍କୁ ସମ୍ମାନିତ କରିଛନ୍ତି ସ୍ଥାନୀୟ ଲୋକେ । ଲ୍ୟାଣ୍ଡିଂ ସଫଳ ହେବା ପରେ ତାମିଲନାଡୁର ଭେରାମୁଥୁଭେଲଙ୍କ ପୈତୃକ ବାସଭବନରେ ଲାଗିଛି ଲୋକଙ୍କ ଭିଡ । ତାଙ୍କ ପିତାଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇବା ସହ ସ୍ଥାନୀୟ ଲେକେ ଉତ୍ତରୀୟ ଦେଇ ସମ୍ମାନିତ କରିଛନ୍ତି । ଏହି ଅବସରର ସମଗ୍ର ଦେଶ ଓ ତାମିଲନାଡୁ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି ବୈଜ୍ଞାନିକ ପି.ଭେରାମୁଥୁଭେଲଙ୍କ ପିତା । ଏହା କଠିନ ପରିଶ୍ରମର ଫଳ ବୋଲି ମଧ୍ୟ ସେ କହିଛନ୍ତି । ଅନ୍ୟପଟେ ସାରା ଦେଶରେ ଚନ୍ଦ୍ରଯାନର ସଫଳତାରେ ବୈଜ୍ଞାନିକଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ