Lander Vikram Touches Down on the Moon: କେମିତି ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର ବିକ୍ରମ ? ଦେଖନ୍ତୁ - Moon Landing MoonMission
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/23-08-2023/640-480-19340113-thumbnail-16x9-vv.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Aug 23, 2023, 6:57 PM IST
ବେଙ୍ଗାଲୁର: ଭାରତର ଚନ୍ଦ୍ର ବିଜୟ । ଜହ୍ନରେ ଜୟ ହିନ୍ଦ । ଆଉ ଦୂର ନୁହେଁ ଚନ୍ଦ୍ର ମାମୁ । ଭାରତର ହାତରେ ଚନ୍ଦ୍ରମା । ବିଶ୍ବର ଚତୁର୍ଥ ଦେଶ ଭାବେ ଓ ଦକ୍ଷିଣ ମେରୁରେ ଅବତରଣ କରି ପ୍ରଥମ ଦେଶ ଭାବେ ଇତିହାସ ସୃଷ୍ଟି କଲା ଭାରତୀୟ ମହାକାଶ ଗେବଷଣା କେନ୍ଦ୍ର(ଇସ୍ରୋ) । ସଫଳ ହେଲା ଭାରତର ସ୍ବପ୍ନ । ସାର୍ଥକ ହେଲା ବୈଜ୍ଞାନିକଙ୍କ କଠୋର ପରିଶ୍ରମ । କାମ ଦେଲା ଦେଶବାସୀଙ୍କ ପ୍ରାର୍ଥନା । ଦୀର୍ଘ 50 ଦିନର ମହାକାଶ ଯାତ୍ରା ଶେଷ କରି ଶେଷରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର ‘ବିକ୍ରମ’। 5.45 ଆରମ୍ଭ ହୋଇଥିଲା ପ୍ରଥମ ପର୍ଯ୍ୟାୟ ରଫ ବ୍ରେକିଂ ପ୍ରକ୍ରିୟା । ପୂର୍ବ ନିର୍ଦ୍ଧାରିତ ଅନୁସାରେ ସଂଧ୍ୟା 6ଟା 4 ମିନିଟରେ ଲ୍ୟାଣ୍ଡର ବିକ୍ରମ ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଛି । ଏନେଇ ଇସ୍ରୋ ମୁଖ୍ୟ ଘୋଷଣା କରିବା ପରେ ସାରା ଦେଶରେ ଖୁସିର ମାହୋଲ । ଜାରି ରହିଛି ଗ୍ରାଣ୍ଡ୍ ସେଲିବ୍ରେସନ । ଦେଖନ୍ତୁ ଶେଷ ମୂହୁର୍ତ୍ତରେ କିଭଳି ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର ବିକ୍ରମ ।