ଚଇତି ମହୋତ୍ସବରେ ଦୁଲିକିଲା ମୁନିଗୁଡ଼ା

By ETV Bharat Odisha Team

Published : Dec 16, 2023, 6:47 AM IST

thumbnail

ରାୟଗଡ଼ା: ଲୋକକଳା ଓ ସଂସ୍କୃତିକୁ ବଜାଇ ରଖିବା ପାଇଁ ରାୟଗଡା ମୁନିଗୁଡା ଠାରେ ବ୍ଲକସ୍ତରୀୟ ଲୋକ ମହୋତ୍ସବ ଚଇତି-୨୦୨୩ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । ମୁନିଗୁଡ଼ାର ଶକ୍ତିପୀଠ ଦେବୀଙ୍କ ମନ୍ଦିର ପ୍ରଭାତରୁ ପବିତ୍ର ଜଳସ ପୂଜନ ପରେ ମା'ଙ୍କ ଅଖଣ୍ଡ ଜ୍ୟୋତି ମଶାଲ ଅଣାଯାଇ ଚଇତି ଉତ୍ସବର ଶୁଭାରମ୍ଭ ହୋଇଥିଲା । ମୁନିଗୁଡା ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଥିବା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାସହ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଜଗେନ୍ଦ୍ର ବେହେରା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ଏହାପରେ ଏକ ଗଣଦୌଡ଼ ମଧ୍ୟ ଆୟୋଜନ କରାଯାଇଥିଲା । ଏଥିରେ ବିଭିନ୍ନ ବର୍ଗର ଲୋକଙ୍କ ସହିତ ସରକାରୀ କର୍ମଚାରୀ, ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ....#ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଝୁମିଲେ ଛାତ୍ରଛାତ୍ରୀ

ପରେ ସାଂସ୍କୃତିକ ସନ୍ଧ୍ୟାରେ ବିଡ଼ିଓ ତନ୍ତୀଙ୍କ ସଭାପତିତ୍ଵ ଓ ଉତ୍ତମ ଦାସଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସନ୍ଧ୍ୟାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରମାନେ ପାରମ୍ପରିକ ଲୋକ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ଶିତୁଆ ସନ୍ଧ୍ୟାରେ ଏହି ପାରମ୍ପରିକ କାର୍ଯ୍ୟକ୍ରମକୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଶେଷରେ ସମସ୍ତ କୃତତ୍ବମାନଙ୍କୁ ଟ୍ରଫି ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ବିଭାଗ ତରଫରୁ ଷ୍ଟଲ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯାଇଛି । ତେବେ ଅଞ୍ଚଳର କଳା ଓ ସଂସ୍କୃତି ବିଲୋପ ହେବା ପୂର୍ବରୁ ଏହାର ସୁରକ୍ଷା ପାଇଁ ସମସ୍ତଙ୍କ ପ୍ରଚେଷ୍ଟାକୁ ସ୍ବାଗତ କରିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.