thumbnail

By

Published : May 30, 2023, 9:59 AM IST

ETV Bharat / Videos

ବିଚ୍‌ ରାସ୍ତାରେ ଯୁବକ ଯୁବତୀଙ୍କୁ ଗୁଳିମାଡ, ଭିଡିଓ ଭାଇରାଲ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ବିଚ୍‌ ରାସ୍ତାରେ ଫାଙ୍କା ଗୁଳି ଚଳାଇ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ । ରାସ୍ତାରେ ଦୁଇ ଯୁବକ ଓ ଯୁବତୀଙ୍କୁ ଗୁଳି ଚଳାଇ ମାରିଲେ ଚମ୍ପଟ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୁଳିକାଣ୍ଡରେ ଦୁଇ ଯୁବକ ଯୁବତୀ ଆହତ ହୋଇଥିବା ସୂଚନା ମିଳିଛି । ଗତ ରବିବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ଦୁର୍ବୃତ୍ତମାନେ ଯୁବକ ଯୁବତୀଙ୍କ ଉପରକୁ ଗୁଳିମାଡ କଲେ ତାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଏନେଇ ତଦନ୍ତ ଜାରି ରଖିଛି । ଆହତ ଯୁବକ ହେଉଛନ୍ତି ରବି ଓ ଯୁବତୀ ଜଣଙ୍କ ହେଉଛନ୍ତି ଅନୀତା । ଉଭୟ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଯୁବକଙ୍କ ସହିତ ପୂର୍ବରୁ ଦୁର୍ବୃତ୍ତଙ୍କ କିଛୁି ଶତ୍ରୁତା ରହିଥିଲା କି ନାହିଁ ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.