ଆରମ୍ଭ ହେଲା କାସାଣ୍ଡ୍ରା ଜାତୀୟ ନାଟ୍ୟ ଉତ୍ସବ - କାସାଣ୍ଡ୍ରା ଜାତୀୟ ନାଟକ ଉତ୍ସବ
🎬 Watch Now: Feature Video
କେନ୍ଦୁଝର: ଜିଲ୍ଲାରେ ଆରମ୍ଭ ହେଲା କାସାଣ୍ଡ୍ରା ଜାତୀୟ ନାଟକ ଉତ୍ସବ । ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କାସାଣ୍ଡ୍ରା କଲଚରାଲ ସେଣ୍ଟର ଦ୍ୱାରା ନାଟକ ମହୋତ୍ସଵ ଗୁରୁବାର ଠାରି ଆରମ୍ଭ ହୋଇଛି । ଏପ୍ରିଲ 23 ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ମ୍ୟୁନିସିପାଲିଟି ଅଡିଟୋରୀୟମରେ ମଞ୍ଚସ୍ଥ ହେବ ନାଟକ । ଗତକାଲି ନାଟକ ଉତ୍ସବକୁ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଜଗନ୍ନାଥ ନାଏକ ଉଦଘାଟନ କରିଥିଲେ । ପରେ ସନ୍ଧ୍ୟାରେ ଭୁବନେଶ୍ୱରରୁ ଶତାବ୍ଦୀର କଳାକାର ନାଟ୍ୟ ସଂସ୍ଥା ଦ୍ୱାରା ନାଟକ ଦଶବତାର ମଞ୍ଚସ୍ଥ ହୋଇଥିଲା । ଏହା ଦର୍ଶକଙ୍କୁ ମଧ୍ୟ ବେଶ ପସନ୍ଦ ଆସିଥିଲା ।
ଆଜି ଭୋପାଳର ଅଗ୍ରଣୀ ନାଟ୍ୟ ସଂସ୍ଥା ରେଜିଙ୍ଗ ସୋସାଇଟି ଅଫ ଆର୍ଟ ଏଣ୍ଡ କଲଚର ଦ୍ୱାରା ନାଟକ ମଜୁନୁ ଲାଉସମେଣ୍ଟ ମଞ୍ଚସ୍ଥ ହେବ । ତୃତୀୟ ଦିନ କଲିକତାର ନାଟ୍ୟ ଅନୁଷ୍ଠାନ ତିଲଜଲା କଳ୍ପନ ନାଟ୍ୟଗୋଷ୍ଠୀ ଦ୍ୱାରା ନାଟକ ଏକ କିତିର ଦିନଲିପି ମଞ୍ଚସ୍ଥ ହେବ । ଶେଷ ଦିନରେ ନାଟ୍ୟକାର ଚିନ୍ମୟ ଦାସ ପଟ୍ଟନାୟକଙ୍କ ନିର୍ଦ୍ଦେଶୀତ କାସାଣ୍ଡ୍ରା ନିଜସ୍ୱ ନାଟକ କଥା ତ ଏତିକି ମଞ୍ଚସ୍ଥ ହେବ । ଏହି ନାଟ୍ୟ ଉତ୍ସବରେ କାସାଣ୍ଡ୍ରା ସ୍ୱର୍ଗତ ସଦସ୍ୟ ଧୀରେନ୍ଦ୍ର ରାଉତ, ଗୟାଧର ଦାସ, ବନ ବିହାରୀ ପହି, ଦେବାଶିଷ ପଟ୍ଟନାୟକ ଏବଂ ବିରଞ୍ଚି ନାରାୟଣ ଦାସଙ୍କ ସ୍ମୃତିରେ ବରିଷ୍ଠ ନାଟ୍ୟ କଳାକାର ଯୋଗେନ୍ଦ୍ର ମହାପାତ୍ର, ଘନଶ୍ୟାମ ମିଶ୍ର, ପରୀକ୍ଷିତ ମିଶ୍ର, କଳ୍ପତରୁ ଆଚାର୍ଯ୍ୟ, ଵିଦ୍ୟାଧର ରାଏଙ୍କୁ କାସାଣ୍ଡ୍ରା ସମ୍ମାନରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସମ୍ପାଦକ ମଳୟ ମହାପାତ୍ର ସୂଚନା ଦେଇଛନ୍ତି ।
ଇଟିଭି ଭାରତ, କେନ୍ଦୁଝର