Watch: ପ୍ରଖର ସ୍ରୋତରେ ଫସିଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ - ବର୍ଷା ଯୋଗୁଁ ବେହାଲ ଉତ୍ତରାଖଣ୍ଡର ସ୍ଥିତି

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 11, 2023, 3:03 PM IST

ଉତ୍ତରାଖଣ୍ଡ: ଦେବଭୂମି ଉତ୍ତରାଖଣ୍ଡ ପାଇଁ କାଳ ସାଜୁଛି ମୌସୁମୀ । ଲଘୁଚାପ ଜନିତ ବର୍ଷା ଯୋଗୁଁ ବେହାଲ ଉତ୍ତରାଖଣ୍ଡର ସ୍ଥିତି । ଲଗାଣ ବର୍ଷା ଯୋଗୁଁ ପାହାଡ଼ିଆ ଏବଂ ସମତଳ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି ।  ଉତ୍ତରାଖଣ୍ଡର ବେତାଲଘାଟ ଧନିଆକୋଟରେ ରାସ୍ତା ଦେଇ ଯାଉଥିବା ଏକ କାର ପ୍ରଖର ଜଳସ୍ରୋତରେ ଫସି ଯାଇଥିଲା । ସୂଚନା ପାଇ ବେତାଲଘାଟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ଓ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ କାରରୁ ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଏହାପରେ ଅଟକି ରହିଥିବା କାର୍‌କୁ ମଧ୍ୟ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସର ସରକାରୀ ଗାଡ଼ି ମାଧ୍ୟମରେ ଟାଣି ଉଦ୍ଧାର କରାଯାଇଥିଲା । ତେବେ କାରଟି ହାଲଡୱାନିରୁ ଆଲମୋରା ଆଡକୁ ଯାଉଥିଲା  । ଏହି ସମୟରେ ପ୍ରଖର ଜଳସ୍ରୋତରେ ଫସି ଯାଇଥିଲା  ।  

ଏହା ମଧ୍ୟ ପଢନ୍ତୁ - ଉତ୍ତରାଖଣ୍ଡ ପାଇଁ କାଳ ମୌସୁମୀ; ଭୂସ୍ଖଳନ ପରେ ରାସ୍ତା ବନ୍ଦ, ମୃତଦେହକୁ ୩ କିମି ବୋହିଲେ ପରିବାର

  ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.