ରାଇରଙ୍ଗପୁରରେ ପବିତ୍ର ଘୋଷଯାତ୍ରା - rairangpur jagannnath temple

🎬 Watch Now: Feature Video

thumbnail

By

Published : Jun 20, 2023, 3:23 PM IST

ରାଇରଙ୍ଗପୁର: ଆଜି ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା। ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନସିଂହାସନରୁ ତିନି ଠାକୁର ବଡ଼ଦାଣ୍ଡକୁ ଆସିଥିବାବେଳେ ତିନି ଠାକୁରଙ୍କ ଗୋଟିଏ ଝଲକ ଦେଖିବାକୁ ଭକ୍ତଙ୍କ ଗହଳି ଲାଗିଛି। ପବିତ୍ର ରଥଯାତ୍ରା ଅବସରରେ ରାଇରଙ୍ଗପୁର ସ୍ଥିତ ଜଗନ୍ନାଥ ମନ୍ଦିରରେ ଭୋର ସମୟରୁ ତିନି ଠାକୁରଙ୍କ ମଙ୍ଗଳ ଆଳତି, ମଇଲମ, ପ୍ରାତଃ ଅବକାଶ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ରୋଷହୋମ ଇତ୍ୟାଦି ସମାପନ ହୋଇଥିଲା । ପରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଏବଂ ନଗରପାଳଙ୍କ ଦ୍ଵାରା ସୂର୍ଯ୍ୟପୂଜା ସମ୍ପନ୍ନ ହୋଇଥିଲା । ପରେ ତିନି ଠାକୁରଙ୍କ ମଙ୍ଗଳାର୍ପଣ କାର୍ଯ୍ୟ, ବଲ୍ଲୋଭଭୋଗ ଇତ୍ୟାଦି ପରେ ରଥରେ ପୂଜାର୍ଚ୍ଚନା କରି ରଥ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ କରିଥିଲେ ମୁଖ୍ୟ ପୂଜକ । ପରେ‌ ଅପରାହ୍ନ ୧୧ ଟା ସମୟରେ ରତ୍ନ ସିଂହାସନ ଛାଡ଼ିଥିଲେ ବଡ଼ ଠାକୁର । 

ତିନି ଠାକୁରଙ୍କୁ ଧାଡ଼ି ପହଣ୍ଡିରେ ଶ୍ରୀମନ୍ଦିରରୁ ଅଣାଯାଇ ରଥାରୂଢ଼ କରାଯାଇଥିଲା । ରଥରେ ତିନି ଠାକୁର ବିରାଜମାନ କରିବା ପରେ ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ତେବେ ଆଜି ପ୍ରଥମ ଦିନରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇ ଅଧା ରାସ୍ତାରେ ରହିବେ ତିନି ଠାକୁର । ଆସନ୍ତାକାଲି ପୁଣି ଦ୍ବିତୀୟ ଦିନରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇ ମାଉସୀ ମା' ମନ୍ଦିରକୁ ପହଞ୍ଚିବେ । ରାଇରଙ୍ଗପୁର ନଗରପାଳଙ୍କ ଦ୍ଵାରା ଛେରାପହଁରା କାର୍ଯ୍ୟ ସମ୍ପନ୍ନ ପରେ ପୂର୍ବାହ୍ନ ପାଖାପାଖି ୪ଟା ୩୦ରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ । ଭାବର ଠାକୁର ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଭକ୍ତମାନେ ଭାବ ବିହ୍ଵଳ ହୋଇପଡିଛନ୍ତି । ସେପଟେ ପ୍ରବଳ ଜନସମାଗମ ହୋଇଥିବାବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.