thumbnail

By

Published : Aug 1, 2023, 8:00 PM IST

ETV Bharat / Videos

ଯାଇକା ନେଇଥାନ୍ତା ଆଉ ଏକ ପ୍ରାଣ ! ଅଳ୍ପକେ ବଞ୍ଚିଲା ଜୀବନ

କଟକ: ଯାଇକାରେ ଯାଇଥାନ୍ତା ଆଉ ଏକ ଜୀବନ । ଗତକାଲି(ସୋମବାର) ବିଳମ୍ବିତ ରାତିରେ କଟକ ଖାନ ନଗର ସ୍କୁଲ ସାମ୍ନା ଖାଲରେ ଗଳିଲା କାର। ପ୍ରବଳ ବର୍ଷା ସାଙ୍ଗକୁ ରାସ୍ତାର ଖାଲ ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେବେ ଗାଡି ଚାଳକ ଓ ତାଙ୍କ ସାଥି ଗାଡିରୁ କଳେ ବଳେ ଉଦ୍ଧାର ପାଇଅଛନ୍ତି । ତେବେ ପ୍ରବଳ ବର୍ଷାରେ କଟକ ଜଳବନ୍ଦୀ ଥିବା ବେଳେ ଘଟିଥିଲା ଏହି ଅଘଟଣ । ରାସ୍ତା ଉପରେ ସୁଅ ଛୁଟିଥିଲା ବେଳେ କେଉଁଠି ଖାଲ ଜଣା ପଡି ନଥିଲା। ଆଉ ସେହି ସମୟରେ କାରଟି ବଡ଼ ଖାଲରେ ପଡିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ କାର କାଚଭାଙ୍ଗି ବାହାରକୁ ବହାରିଥିବା ଗାଡି ଚାଳକ ସୂଚନା ଦେଇଛନ୍ତି । ତେବେ ସିଏମସିର ବ୍ୟାପକ ଅନିୟମିତତାକୁ ନେଇ ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ ଓ ଗାଡି ଚାଳକ। କିଛି ଫଳକ ନଥିବା କାରଣରୁ ଏପରି ଅଘଟଣ ଘଟିବାରେ ଲାଗିଛି ।  ତେବେ ଏହି ସ୍ଥିତିରେ ଜୀବନ ଯାଇଥିଲେ କିଏ ଦାୟୀ ରହିଥାନ୍ତେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଦେଖନ୍ତୁ ଏହି ଲୋମଟାଙ୍କୁରା ଦୃଶ୍ୟକୁ....

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.