thumbnail

By ETV Bharat Odisha Team

Published : Dec 23, 2023, 7:58 AM IST

ETV Bharat / Videos

ଦିନକ ପରେ ଖ୍ରୀଷ୍ଟମାସ, ଜି.ଉଦୟଗିରିରେ ଖ୍ରୀଷ୍ଟ ଧର୍ମାବଲମ୍ବୀ କ୍ୟାଣ୍ଡେଲ ଶୋଭାଯାତ୍ରା

Candle rally: ଫୁଲବାଣୀ: ଆଉ ଦିନକ ପରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ସବୁଠାରୁ ବଡ ପର୍ବ ଖ୍ରୀଷ୍ଟମାସ । ଏନେଇ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲାର ଗାଁରୁ ସହର । ଏହି ଅବସରରେ ବିଭିନ୍ନ ଗ୍ରାମ, ସହରରେ ଥିବା ଚର୍ଚ୍ଚ ତରଫରୁ କ୍ୟାଣ୍ଡେଲ ଜାଳି ପଦଯାତ୍ରା ମାଧ୍ୟମରେ ସମସ୍ତଙ୍କୁ ଖ୍ରୀଷ୍ଟ ଜନ୍ମ ଦିନ ବା ବଡ଼ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଦିଆଯାଉଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଜି.ଉଦୟଗିରିର ମାଲିକାପଡ଼ି ଠାରେ ଥିବା ମାତୃମଣ୍ଡଳୀ ବାପଟିଷ୍ଟ ଚର୍ଚ୍ଚ ତରଫରୁ କ୍ୟାଣ୍ଡେଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା କାର୍ଯ୍ୟକ୍ରମକୁ ମାଲିକାପଡ଼ି ବାପଟିଷ୍ଟ ଚର୍ଚ୍ଚର ପାଳକ ଆଚାର୍ଯ୍ୟ ସୁବୋଧ ପରିଛା ପରିଚାଳନା କରିଥିବା ବେଳେ ଏଥିରେ ବହୁ ସଂଖ୍ୟାରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ହାତରେ କ୍ୟାଣ୍ଡେଲ ଧରି ସାମିଲ ହୋଇଥିଲେ । ଶୋଭାଯାତ୍ରା ସମୟରେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ବୃତ୍ତାନ୍ତ ଓ ବଡଦିନର ମହତ୍ତ୍ଵ ପ୍ରଚାର କରିଥିଲେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ । ଏହା ସହ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ ଏନେଇ ସ୍ଥାନୀୟ ଗାନ୍ଧୀ ଛକ,ଚକରା ବିଶାୟୀ ଛକ ଠାରେ ଯୁବକ ଯୁବତୀମାନେ ନାଚ ଗୀତ ପ୍ରଦର୍ଶନ କରିଥିଲେ । ଏହି ବଡ଼ ଦିନ ସମସ୍ତଙ୍କ ପାଇଁ ଖୁସି,ସମୃଦ୍ଧ,ଶାନ୍ତି ଆଣିଦେଉ ବୋଲି କାମନା କରିଥିଲେ । 

ଏହା ମଧ୍ୟ ପଢନ୍ତୁ- ବେଙ୍ଗାଲୁରୁରେ ଭାରତର ସର୍ବୋଚ୍ଚ ଖ୍ରୀଷ୍ଟମାସ ଟ୍ରି, ଆକର୍ଷିତ ଦେଖଣାହାରୀ

ଇଟିଭି ଭାରତ, ଫୁଲବାଣୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.