ରେଳ ଦୁର୍ଘଟଣା ମୃତକଙ୍କୁ ଶ୍ରଦ୍ଧାଞ୍ଜଳି, କ୍ୟାଣ୍ଡେଲ ଶୋଭାଯାତ୍ରା ଓ ରକ୍ତଦାନ ଶିବିର
🎬 Watch Now: Feature Video
ଖୋର୍ଦ୍ଧା: ବାଲେଶ୍ଵରର ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣାକୁ ନେଇ ସବୁଠି ଚର୍ଚ୍ଚା । ବିଶ୍ୱର କୋଣ ଅନୁକୋଣରୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓ ଆହତ ଲୋକଙ୍କ ପାଖକୁ ଛୁଟୁଛି ଶ୍ରଦ୍ଧାଞ୍ଜଳି ଓ ସମବେଦନା । ଘଟଣାରେ ଶତାଧିକ ରେଳ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାରରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆଉ ସେମାନଙ୍କ ପାଇଁ ଆବଶ୍ୟକ ରକ୍ତ ପାଇଁ ଆଜି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ପରିସରରେ ଆୟୋଜିତ ହୋଇଛି ବିଶାଳ ରକ୍ତଦାନ ଶିବିର । ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ ଶତାଧିକ ମହିଳା ଓ ଯୁବକ ରକ୍ତଦାନ କରି ଦୁର୍ଘଟଣା ଗସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେପଟେ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଓ ଚିକିତ୍ସ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା କରିଛନ୍ତି ବେଗୁନିଆବାସୀ। ଅନୁରୂପ ଭାବେ ବାଘମାରି ଏବଂ ଟାଙ୍ଗି ଅଞ୍ଚଳରେ କ୍ୟାଣ୍ଡେଲ ଶୋଭାଯାତ୍ର କରି ଅମର ଆତ୍ମାର ସଦଗତି କାମନା କରିଥିଲେ ଜନସାଧାରଣ ।
ଇଟିଭି ଭାରତ, ଖୋର୍ଦ୍ଧା