ସମୂହ ଛୁଟିରେ ଅମଲା, ଠପ୍ ସରକାରୀ କାର୍ଯ୍ୟ

By

Published : Jun 5, 2023, 7:04 PM IST

thumbnail

ଅନୁଗୋଳ: ଗ୍ରେଡ ପେ ଲେବୁଲ ବୃଦ୍ଧି ଦାବିରେ ଗତ ଗୁରୁବାର ଠାରୁ ଅମଲା ସଙ୍ଘ ସମୂହ ଛୁଟିରେ ରହିଛନ୍ତି । ଏହି ଅବସରରେ ଅନୁଗୋଳ ଜିଲ୍ଲାରେ ମଧ୍ୟ ୭ଶହରୁ ଅଧିକ ଅମଲା ସମୂହ ଛୁଟିରେ ରହି ଅନୁଗୋଳ ତହସିଲ ଅଫିସ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାମ ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି। ଅମଲା ସଙ୍ଘ ଅଭିଯୋଗ କରିଛି ଯେ ଗ୍ରେଡ ପେ ବୃଦ୍ଧି ପାଇଁ ସରକାରଙ୍କୁ ବାରମ୍ବାର ଦାବି କରାଯାଇଛି । କିନ୍ତୁ ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନାହାନ୍ତି । ଫଳରେ ବାଧ୍ୟ ହୋଇ ସେମାନେ ସମୂହ ଛୁଟିରେ ରହିଛନ୍ତି । 

ମୂଳ ଦରମା ୯୩୦୦ ସହିତ ଗ୍ରେଡପେ ୪୨୦୦ ଓ ଲେବୁଲ ୯ ଅନୁଯାୟୀ ଦରମା ବୃଦ୍ଧି କରାଯାଉ । ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ସମୂହ ଛୁଟିରେ ରହିବେ ବୋଲି ଚେତାବନୀ ଦେଇଛନ୍ତି । ଏହା ଭିତରେ 5 ଦିନ ଅମଲାମାନେ ସମୂହ ଛୁଟିରେ ଥିବା ବେଳେ ସବୁ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ମରୁଡି ହୋଇ ଯାଇଛି । ସାଧାରଣ ଲୋକଟିଏ କୌଣସି କାର୍ଯ୍ୟ ପାଇଁ କାଯ୍ୟାଳୟ ଆସିଲେ କିଛି ବି କାମ କରି ପାରୁ ନାହାନ୍ତି । ବିଶେଷ କରି ତହସିଲ ଓ ବ୍ଳକ ଓ ଜିଲ୍ଲା କଯ୍ୟାଳୟମାନଙ୍କରେ ସାଧାରଣ ଲୋକ ଟିଏ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । 

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.