ବିନ୍ଦୁ ସାଗରରେ ବୋଇତ ବନ୍ଦାଣ ଉତ୍ସବ, ଭାସିଲା ଭୋଟ ପାଇଁ ସଚେତନତାରେ ସୁସଜ୍ଜିତ ଡଙ୍ଗା - କାର୍ତ୍ତିକ ପୂର୍ଣ୍ଣିମା 2023
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Nov 27, 2023, 3:09 PM IST
ଭୁବନେଶ୍ବର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ପକ୍ଷରୁ ବିନ୍ଦୁ ସାଗର କୂଳରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଛି । ପ୍ରାଚୀନ ଉତ୍କଳୀୟ ପରମ୍ପରା ତଥା ଓଡିଆଙ୍କ ନୌବାଣିଜ୍ୟ କଥାକୁ ମନେ ପକାଇବା ପାଇଁ ବୋଇତ ବନ୍ଦାଣ କରାଯାଇଥାଏ । ଭାସିଲା ଭୋଟ ପାଇଁ ସଚେତନତାରେ ସୁସଜ୍ଜିତ ଦଙ୍ଗା । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ମେୟର ସୁଲୋଚନା ଦାସ, ମନ୍ତ୍ରୀ ଅଶୋକ ପଣ୍ଡା, ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା, କର୍ପୋରେଟର, ପୂର୍ବତନ ସାଂସଦ ପ୍ରଶନ୍ନ ପାଟ୍ଟଶାଣୀ ପ୍ରମୁଖ ଯୋଗ ଦେଇଥିଲେ । ତେବେ ବୋଇତ ବନ୍ଦାଣ ଉତ୍ସବକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଆସନ୍ତାକାଲି ବିନ୍ଦୁ ସାଗରର ସଫେଇ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ ।
ଏହାମଧ୍ୟ ପଢନ୍ତୁ.. ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଦୟୀ ନଦୀ ଘାଟରେ ଡଙ୍ଗା ଭସାଇବା ପାଇଁ ଭକ୍ତଙ୍କ ଭିଡ
ଏହି ଅବସରରେ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, "ଦୀର୍ଘ 18 ବର୍ଷ ଧରି ଭୁବନେଶ୍ୱର ସାଂସ୍କୃତିକ ପରିଷଦ ପକ୍ଷରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି । ଉତ୍କଳୀୟ ପରମ୍ପରାକୁ ମନେ ପକାଇବା ପାଇଁ ବୋଇତ ବନ୍ଦାଣ କରାଯାଇଥାଏ ।"
ଭୁବନେଶ୍ବର, ଇଟିଭି ଭାରତ