ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ, ବୌଦ୍ଧର ଚନ୍ଦ୍ରଚୂଡ ମନ୍ଦିରରେ ସଫେଇ କାର୍ଯ୍ୟକ୍ରମ - ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ
🎬 Watch Now: Feature Video
Published : Jan 14, 2024, 2:43 PM IST
ବୌଦ୍ଧ: ଜାନୁଆରୀ 22 ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଏନେଇ ଉତ୍ସବ ମୁଖର ପୁରା ଦେଶ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆଜି ଠାରୁ ସମସ୍ତ ମନ୍ଦିର ଓ ତୀର୍ଥ ସ୍ଥାନରେ ସ୍ବଚ୍ଛତା ପାଇଁ ଅଭିଯାନ ଆରମ୍ଭ ହୋଇଛି । ଗାଁ ଗାଁରେ ପ୍ରତ୍ୟେକଙ୍କ ପରିବାରକୁ ଅକ୍ଷତ ଚାଉଳ ଓ ଗୁଆ ଦେଇ ନିମନ୍ତ୍ରଣ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି । ବୌଦ୍ଧ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ତଥା ମହାନଦୀ ଆଳତୀ ଘାଟରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପହଞ୍ଚି ସ୍ବଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଶୈବପୀଠ ଚନ୍ଦ୍ରଚୂଡ ମନ୍ଦିର ଓ ମହାନଦୀ କୂଳରେ ବୈଜୟନ୍ତ ପଣ୍ଡାଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ବିଜେପି ନେତା ଓ କର୍ମୀ ଉପସ୍ଥିତ ରହି ସଫେଇ କରିଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଜାରି ରହିବ । ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ଆଜିଠାରୁ ପୁରା ଦେଶରେ ତୀର୍ଥ ସ୍ଥାନ ଗୁଡିକରେ ସ୍ବଚ୍ଛତା ଅଭିୟାନ ଆରମ୍ଭ ହୋଇଛି । ଅଯୋଧ୍ୟାରେ 22 ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବ । ଆଜି ଠାରୁ 22 ତାରିଖ ପର୍ଯ୍ୟନ୍ତ ସମସ୍ତ ଦେବାଳୟ ଗୁଡିକରେ ସଫେଇ କାର୍ଯ୍ୟକ୍ରମ ଜାରି ରହିବ । ସମସ୍ତଙ୍କୁ ନିବେଦନ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଦନ ସମସ୍ତେ ଘରେ ଦୀପ ଜାଳନ୍ତୁ ।
ଏହା ମଧ୍ୟ ପଢନ୍ତୁ- ପତ୍ନୀଙ୍କ ସହ ହିଙ୍ଗୁଳା ମନ୍ଦିର ସଫେଇ କଲେ ଧର୍ମେନ୍ଦ୍ର
ଇଟିଭି ଭାରତ, ବୌଦ୍ଧ