ସବକଲେକ୍ଟର ଅଫିସ ଘେରାଉ ଚେତାବନୀ ଦେଲା ବିଜେପି - protest by bjp
🎬 Watch Now: Feature Video

Published : Nov 25, 2023, 5:14 PM IST
ରାଉରକେଲା: ଚାଷୀଙ୍କୁ ସରକାରଙ୍କ ଅବହେଳା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି କୃଷକ ମୋର୍ଚ୍ଚା । ରାଉରକେଲାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି କୃଷକ ମୋର୍ଚ୍ଚା ଓଡ଼ିଶା ରାଜ୍ୟ ସରକାର ଚାଷୀଙ୍କୁ ଅବହେଳା କରୁଥିବା କହି ଉଦବେଗ ପ୍ରକାଶ କରିଛି । ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି କହିଛନ୍ତି, "ଧାନ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁ ଚାଷୀମାନେ ଅନିଶ୍ଚିତତା ଏବଂ ଆର୍ଥିକ ଚାପରେ ରହୁଛନ୍ତି । ଗତ ସେପ୍ଟେମ୍ବର 1 ତାରିଖରେ ରାଜ୍ୟର ସମସ୍ତ ଧାନ ମଣ୍ଡି ଘୋଷଣା କରିଥିଲେ ମଧ୍ୟ ନଭେମ୍ବର ଶେଷ ସୁଦ୍ଧା ଅତ୍ୟାବଶ୍ୟକୀୟ ମଣ୍ଡି ଗୁଡ଼ିକ ବନ୍ଦ ରହିଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି । ୨ ମାସ ଧରି ଚାଲିଥିବା ଏହି ଅନିୟମିତତା ଯୋଗୁ କୃଷକମାନେ କ୍ଷତି ସହୁଛନ୍ତି ।"
ଏହା ବି ପଢନ୍ତୁ... କିଶୋର ନଗରରେ ଗର୍ଜିଲା ବିଜେପି, ବ୍ଲକ ଅଫିସ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ
ମଣ୍ଡିକୁ ତୁରନ୍ତ ଖୋଲିବା, ଦୀର୍ଘ ଦିନ ଧରି ବନ୍ଦ ରହିଥିବା ସମସ୍ୟାର ସମାଧାନ କରିବା, ଧାନର ଉଚିତ ମୂଲ୍ୟ ପାଇବା ଉପରେ ଗୁରୁତ୍ୱାରୋପ ନେଇ ଦାବି କରିଛି ବିଜେପି କୃଷକ ମୋର୍ଚ୍ଚା । ଏହି ଦାବିରେ ବିଜେପି ଆସନ୍ତା ନଭେମ୍ବର 29 ତାରିଖରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଘୋଷଣା କରିଛି । ଯେଉଁଥିରେ ଦଳୀୟ ସଦସ୍ୟମାନେ ରାଜ୍ୟର ସମସ୍ତ ସବକଲେକ୍ଟର ଅଫିସ ସମ୍ମୁଖରେ ଏକାଠି ହେବେ ଏବଂ ସମସ୍ତ ଦାବିରେ ରାଜ୍ୟ ପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ଇଟିଭି ଭାରତ, ରାଉରକେଲା