ବ୍ଲକ କାର୍ଯ୍ୟାଳୟରେ ଧସେଇ ପଶିଲେ ବିଜେପି କର୍ମୀ, ଦୁର୍ନୀତି ବିରୋଧରେ ନାରାବାଜି

🎬 Watch Now: Feature Video

thumbnail

ଭଦ୍ରକ: ବ୍ଲକ କାର୍ଯ୍ୟାଳୟ ଭିତରେ ପଶି ଭଙ୍ଗାରୁଜା କଲେ ବିଜେପି କର୍ମୀ । କର୍ମୀଙ୍କ ଢେଲା ମାଡରେ ଚାନ୍ଦବାଲି ଏସଡ଼ିପିଓଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ଶୁକ୍ରବାର ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘେରାଉ କରିଛି ଚାନ୍ଦବାଲି ବିଜେପି । ଚାନ୍ଦବାଲି କାଳୀ ମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ବହୁ ଜିଲ୍ଲାସ୍ତରୀୟ ନେତା ସାମିଲ ହୋଇଥିଲେ । 

ଏହା ବି ପଢନ୍ତୁ...ଛତ୍ରପୁର ବ୍ଲକରେ ବିଜେପିର ବିକ୍ଷୋଭ, ବ୍ଲକ ଆଗରେ ଧାରଣା

ଆବାସ ଯୋଜନା, ଭତ୍ତା, ପିଡ଼ିଏସ ବଣ୍ଟନ ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ଓ କର୍ମୀ । 23 ବର୍ଷ ସରକାର ଶାସନ କାର୍ଯ୍ୟରେ ଥିଲେ ବି ଚାନ୍ଦବାଲି ବ୍ଲକରେ ବିକାଶ ନାଁରେ ନିମ୍ନମାନର କାର୍ଯ୍ୟ କରି ଫଲ୍ସ ବିଲ୍ କରି ହରିଲୁଟ ହେଉଥିବା ଅଭିଯୋଗ ଆଣିଛି ଦଳ । ଏହି ସମୟରେ ବିଜେପି କର୍ମୀ ବ୍ଲକ କାର୍ଯ୍ୟାଳୟରେ ଭିତରେ ଧସେଇ ପଶିବା ପରେ ଆୟତ୍ତ କରିପାରିନାହାନ୍ତି ପୋଲିସ କର୍ମଚାରୀ । ବିକ୍ଷୋଭକାରୀ ବ୍ଲକ କାର୍ଯ୍ୟାଳୟ ଭିତରେ ସିସିଟିଭି, ଚେୟାର, କାଚ ଡୋର ଆଦି ଭଙ୍ଗାରୁଜା କରିଥିବା ଜଣାପଡ଼ିଛି । 

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.