ବିଧାୟକ ଅରୁଣ ସାହୁ ଓ ବାଚସ୍ପତିଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି - ସମ୍ବଲପୁରରେ ବାଚସ୍ପତିଙ୍କ କୁଶ ପୁତ୍ତଳିକା ଦାହ
🎬 Watch Now: Feature Video

Published : Oct 4, 2023, 7:58 PM IST
ସମ୍ବଲପୁର: ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅରୁଣ ସାହୁ ଓ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ କୁଶ ପୁତ୍ତଳିକା ଦାହ କଲା ସମ୍ବଲପୁର ଜିଲ୍ଲା ବିଜେପି l ବିଧାନସଭାରେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ରଙ୍କୁ ବିଜେଡି ବିଧାୟକ ଅରୁଣ ସାହୁ ପାଗଳ କହିବା ପ୍ରସଙ୍ଗକୁ ନେଇ ଆଜି ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କ ନେତୃତ୍ୱରେ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯିବା ସହ ବିଧାୟକ ଅରୁଣ ସାହୁ ଓ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି l
ବିରୋଧୀ ଦଳର ନେତା ପଦବୀର ଏକ ଗାରିମା ଥିବା ବେଳେ ବିଜେଡି ବିଧାୟକ ଏହାକୁ ଭୁଲି ଅଶୋଭନୀୟ ଆଚରଣ ଓ ଉଚ୍ଚାରଣ କରୁଥିବା ସମ୍ବଲପୁର ଜିଲ୍ଲା ବିଜେପି ଅଭିଯୋଗ କରିଛି l ଆଜି ବିଜେପି ନେତା ଓ କାର୍ଯ୍ୟକର୍ତାମାନେ ଜିଲ୍ଲା ବିଜେପି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ଜିଲ୍ଲପାଳ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ସରକାର ବିରୋଧରେ ନାରାବାଜି କରିବା ସହ ବିଧାୟକ ଅରୁଣ ସାହୁ ଓ ବାଚସ୍ପତିଙ୍କ କୁଶ ପୁତ୍ତଳିକା ଦାହ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଏହା ମଧ୍ୟ ପଢନ୍ତୁ...ମାହାଙ୍ଗାରେ ଉତ୍ତେଜନା; ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ ସମୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ
ସୂଚନାଯୋଗ୍ୟ ଗତ କିଛି ଦିନତଳେ ବିଜେପିର ୨ ବିଧାୟକ ଅପମାନ ସୂଚକ ଆଚରଣ କରିଥିବା ଅଭିଯୋଗ କରି ସମ୍ବଲପୁର ଜିଲ୍ଲା ବିଜେଡି ପକ୍ଷରୁ ଜେଲ ଛକଠାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଅଭିନବ ପ୍ରତିବାଦ କରିଥିଲା । ଅନ୍ୟପଟେ ଗତକାଲି ସମ୍ବଲପୁର ଦଳିତ ମହିଳା ସମାଜ ପକ୍ଷରୁ ମଧ୍ୟ ଏହି ପ୍ରସଙ୍ଗରେ ବିଜେପି ବିରୁଦ୍ଧରେ ପ୍ରତିବାଦ କରାଯାଇ ଉତ୍ତରାଞ୍ଚଳ ଆରଡିସିଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି l
ଇଟିଭି ଭାରତ,ସମ୍ବଲପୁର