thumbnail

Watch Video: ଝାମୁ ଯାତ୍ରାରେ ନିଆଁରେ ଚାଲିଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର

By

Published : Apr 11, 2023, 8:46 PM IST

ପୁରୀ: ପବିତ୍ର ଝାମୁ ଯାତ୍ରାରେ ନିଆଁରେ ଚାଲିଲେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ପୁରୀରେ ଆଜି ଏହି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ।  ପୁରୀ ସଦର ବ୍ଳକ ସମଙ୍ଗ ପଞ୍ଚାୟତର ରେବତୀ ରମଣ ଗ୍ରାମର ଅଧିଷ୍ଠାତ୍ରୀ ଦେଵୀ ଦୁଲଣ ଦେବୀ ପୀଠରେ ଚାଲିଥିବା ଝାମୁ ଯାତ୍ରାରେ ସମ୍ବିତ ପାତ୍ର ସାମିଲ ହୋଇ ମା'ଙ୍କ ନିକଟରେ ନିଜକୁ ସମର୍ପିତ କରି ନିଆଁରେ ଚାଲିଛନ୍ତି । ଯାହାକି ମା'ଙ୍କ ପ୍ରତି ସମ୍ବିତଙ୍କ ଭକ୍ତି ଭାବ ପ୍ରଦର୍ଶନ କରୁଛି । ଏହାକୁ ଦେଖି ଉପସ୍ଥିତ ଭକ୍ତମାନେ ମଧ୍ୟ ବେଶ ଆନନ୍ଦିତ ହୋଇଥିଲେ।  

ମା' ହେଉଛି ମଙ୍ଗଳମୟୀ । ତାଙ୍କରି ଦ୍ଵାରା ଏ ସୃଷ୍ଟି ପରିଚାଳିତ ହେଉଛି ।  ଆମେ ତାଙ୍କର ସନ୍ତାନ । ମା' ଶ୍ରଦ୍ଧା ଓ ଭକ୍ତି କଲେ ସବୁ ବାଧାବିଘ୍ନ ଦୂର ହୁଏ ବୋଲି ସମ୍ବିତ କହିଛନ୍ତି । ମା' ସମସ୍ତଙ୍କ ମଙ୍ଗଳ କରନ୍ତୁ ବୋଲି ସେ ପ୍ରାର୍ଥନା କରି ଝାମୁ ଯାତ୍ରା ନିଆଁ ରେ ଚାଲିଥିବା କହିଛନ୍ତି। ମା' ଦୁଲଣ ଦେବୀଙ୍କ ପୀଠରେ ଆଜି ମଙ୍ଗଳବାର ଅବସରରେ ଝାମୁ ଯାତ୍ରା ଆୟୋଜନ ହୋଇଥିଲା । ଯେଉଁଥିରେ ହଜାର ହଜାର ଭକ୍ତ ସାମିଲ ହୋଇଥିଲେ । ଘଣ୍ଟ ପାଟୁଆମାନେ ମାନସିକ ରଖି ଅଗ୍ନି ଉପରେ ଚାଲିଥିଲେ । ବିଶ୍ବାସ ରହିଛି ଏହି ଝାମୁ ଯାତ୍ରାରେ ଯିଏ ମା'ଙ୍କୁ ନିଷ୍ଠାର ସହ ଆରାଧନା କରି ଅଗ୍ନି ଉପରେ ନିଜର ମାନସିକ ରଖି ନିଆଁ ଉପରେ ଚାଲିଲେ ତାର ସବୁ ମନୋସ୍କାମନା ପୂର୍ଣ୍ଣ ହୁଏ ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.