thumbnail

By ETV Bharat Odisha Team

Published : Aug 24, 2023, 5:11 PM IST

ETV Bharat / Videos

ନିର୍ବାଚନ ପୂର୍ବରୁ ବିଜେଡି ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ

ଫୁଲବାଣୀ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏହା ପୂର୍ବରୁ ବଜେଡି ଆରମ୍ଭ କରିଦେଇଛି ପ୍ରସ୍ତୁତି। ବୁଧବାର କନ୍ଧମାଳ ଜିଲ୍ଲା ବିଜେଡି ମହିଳା ମୋର୍ଚ୍ଚା ତରଫରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଥିଲା। ମହିଳା ସଂଗଠନକୁ ସୁଦୃଢ଼ କରିବା ସାଙ୍ଗକୁ ରାଜ୍ୟ ସରକାର ମହିଳାଙ୍କ ପାଇଁ ହାତକୁ ନେଇଥିବା ବିଭିନ୍ନ ଯୋଜନା ଉପରେ ଆଲୋଚନା କରାଯାଇଥିଲା। ମହିଳାମାନେ କିପରି ଅଧିକରୁ ଅଧିକ ଯୋଜନାର ଲାଭ ପାଇ ପାରିବେ ସେନେଇ ସଚେତନ କରାଯାଇଥିଲା । ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ବିଧାୟିକା ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନାରୀମାନଙ୍କ ପାଇଁ ଯେଉଁ ଯୋଜନା କରିଛନ୍ତି ତାହା ଦ୍ଵାରା ମାଆମାନେ ଲାଭବାନ ହୋଇଛନ୍ତି। ମିଶନ ଶକ୍ତି ଯୋଗୁଁ ହଜାର ହଜାର ସଂଖ୍ୟାରେ ମହିଳା ମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି ବୋଲି ଉପସ୍ଥିତ ବିଜେଡି ନେତା ମତ ରଖିଥିଲେ । ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରେ ସଂଗଠନକୁ ପହଞ୍ଚାଇବା ପାଇଁ ମହିଳା କର୍ମୀମାନେ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବା ପାଇଁ ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପରାମର୍ଶ ଦେଇଥିଲେ । ଲୋକଙ୍କ ସେବା ବିଜେଡିର ମୁଖ୍ୟ ଲକ୍ଷ୍ୟ ବୋଲି ସାଂସଦ ମତ ପ୍ରକାଶ କରିଥଲେ ।  

ଏହା ମଧ୍ୟ ପଢନ୍ତୁ-23 ବର୍ଷରେ ସବୁକ୍ଷେତ୍ରରେ ରାଜ୍ୟକୁ ପଛକୁ ଠେଲି ଦେଇଛି BJD ସରକାର: କଂଗ୍ରେସ

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.