ସଂସଦର କ୍ଷମତା ଅକ୍ଷୁର୍ଣ୍ଣ ରହିବା ଜରୁରୀ: ସସ୍ମିତ ପାତ୍ର - ପାର୍ଲାମେଣ୍ଟ

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 21, 2023, 6:10 PM IST

ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନରେ ତିନିଟି ପ୍ରମୁଖ ଅଙ୍ଗ ରହିଛି। ସେଗୁଡ଼ିକ ହେଲା ନ୍ୟାୟପାଳିକା, କାର୍ଯ୍ୟପାଳିକା ଏବଂ ବ୍ୟବସ୍ଥାପିକା । ତିନିଟି ଯାକ ଅଙ୍ଗର ସ୍ବତନ୍ତ୍ର ଦାୟିତ୍ବ ରହିଛି। ସଂସଦୀୟ ଗଣତନ୍ତ୍ରରେ ଲେଜିସଲେଚର ବା ବ୍ୟବସ୍ଥାପିକାର ଭୂମିକା ଗୁରୁତ୍ବପୂର୍ଣ୍ଣ । ସଂସଦ ଅଧିକ ମଜଭୁତ ହେବା ଉଚିତ। ନିର୍ବାଚିତ ସାଂସଦମାନଙ୍କ ସ୍ବର ହେଉଛି ଦେଶର ୧୪୦ କୋଟି ଜନତାଙ୍କ ସ୍ବର । ସଂସଦ ଯେଉଁ ଫୈସଲା କରୁଛି, ତା ଉପରେ ୫  ଜଣିଆ ସାମ୍ବିଧାନିକ ବେଞ୍ଚ୍ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବେ ନାହିଁ । ନ୍ୟାୟପାଳିକା ରାୟ ଏବଂ ନିର୍ଦ୍ଦେଶ ଦେଇପାରିବେ । ମାତ୍ର ବ୍ୟବସ୍ଥାପିକା ନିଷ୍ପତ୍ତି ଉପରେ ରୋକ୍ ଲାଗିବା ଅନୁଚିତ। ଏଭଳି ହେଲେ, ସାଂସଦମାନଙ୍କ କ୍ଷମତା ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିବ । ରାଜ୍ୟସଭାରେ ତିନିଟି କ୍ରିମିନାଲ୍ ବିଲ୍ ଆଲୋଚନାରେ ଭାଗ ନେଇ ଏହା କହିଛନ୍ତି ବିଜେଡି ସାଂସଦ ଡକ୍ତର ସସ୍ମିତ ପାତ୍ର । ସମଲିଙ୍ଗୀ ବିବାହ ସଂପର୍କିତ ସୁପ୍ରିମକୋର୍ଟଙ୍କ ଆଦେଶର ଉଦାହରଣ ଦେଇ, ସସ୍ମିତ କହିଛନ୍ତି ଯେ, ସଂସଦକୁ ନିଷ୍ପତ୍ତି ନେବାର ଅଧିକାର ଦିଆଯିବା ଉଚିତ । ସଂସଦର କ୍ଷମତା ଅକ୍ଷୁର୍ଣ୍ଣ ରହିବା ଜରୁରୀ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ  

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.