ସଂସଦରେ ସୁରକ୍ଷା ଭଙ୍ଗ ଘଟଣା: ବିରୋଧୀଙ୍କ ସ୍ବରରେ ସ୍ବର ମିଳାଇଲେ ବିଜେଡି ସାଂସଦ ପିନାକୀ - ଭୁବନେଶ୍ବର
🎬 Watch Now: Feature Video


Published : Dec 15, 2023, 4:51 PM IST
ଭୁବନେଶ୍ବର: ସଂସଦରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ସୁରକ୍ଷାରେ ତ୍ରୁଟିକୁ ନେଇ କେନ୍ଦ୍ର ସରକାରଙ୍କୁ ପରୋକ୍ଷ କଟାକ୍ଷ କରିଛନ୍ତି ପିନାକୀ । ସେ କହିଛନ୍ତି ଯେ, ସଂସଦ ଉପରେ ଏହା ଏକ ଗୁରୁତର ଆକ୍ରମଣ । ବିରୋଧୀଙ୍କୁ ଏହା ଉପରେ ରାଜନୀତି କରୁଥିବା ନେଇ ଅଭିଯୋଗ କରିବା ଅତି ସହଜ। ବିଭ୍ରାଟକାରୀଙ୍କ ପାଇଁ ପାସ୍ ଇସ୍ୟୁ କରିଥିଲେ ଜଣେ ବିଜେପି ସାଂସଦ । ଯଦି ଏହା କୌଣସି ବିରୋଧୀ ଦଳ ସାଂସଦ କରିଥାନ୍ତେ, ତେବେ କେନ୍ଦ୍ର ସରକାର ଖଡ଼ଗ ହସ୍ତ ହୋଇ ପ୍ରବଳ ବର୍ଷିଥାନ୍ତେ । ୨୦୦୧ ସଂସଦ ଆକ୍ରମଣର ୨୨ ବର୍ଷ ପୂର୍ତ୍ତିରେ, ବିଶୃଙ୍ଖଳାକାରୀମାନେ ସଂସଦ ଭିତରେ ପଶି ଯେଭଳି ଆତଙ୍କ ସୃଷ୍ଟି କଲେ, ସେନେଇ ବିରୋଧୀ ଉତ୍ତର ମାଗିବା ଯଥାର୍ଥ ଏବଂ ଯୁକ୍ତି ଯୁକ୍ତ । ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଚୁପ୍ ବସିବା ସହ, ବାଚସ୍ପତିଙ୍କ କୋର୍ଟକୁ ବଲ୍ ଠେଲି ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ