2024 ନିର୍ବାଚନରେ କଟକ ସବୁ ଆସନ ପୋଛିବ ବିଜେଡି: ପର୍ଯ୍ୟବେକ୍ଷକ
🎬 Watch Now: Feature Video
କଟକ: ଵିଜେଡିର ପର୍ଯ୍ୟବେକ୍ଷକ ନିଯୁକ୍ତି ପରେ ଗତକାଲି(ରବିବାର) ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଜିଲ୍ଲାର ବିଧାୟକ ଓ ଜିଲ୍ଲା ଵିଜେଡି ସଭାପତିଙ୍କ ସହ ଵୈଠକ କରିଛନ୍ତି । ୨୦୨୪ ନିର୍ବାଚନ ପାଇଁ କଟକ ଜିଲ୍ଲାରେ ଦଳୀୟ ସଙ୍ଗଠନକୁ ସୁଦୃଢ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ଦଳ। ତେବେ ରଣନୀତି ନେଇ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବିଧାୟକ ଓ ଜିଲ୍ଲା ସଭାପତି ଦେଵାଶିଷ ସାମନ୍ତରାୟଙ୍କ ସହ ଆଲୋଚନା କରିଛନ୍ତି । କଟକ ବିଜେଡି ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି,‘‘ ଦଳ ବିଗତ ବର୍ଷ ମଧ୍ୟରେ ଯେପରି କଟକରେ ବିପୁଳ ପରିମାଣରେ ବିଜୟ ଲାଭ କରିଛି ତାହାର କାରଣ ହେଉଛନ୍ତି କଟକର ଜନତା । ସମସ୍ତେ ରାଜ୍ୟ ସରକାରଙ୍କ ଯୋଜନାର ସଫଳ ଚିତ୍ରକୁ ଦେଖିଛନ୍ତି । କଟକକୁ ନୂଆ କରି ଗଢି ତୋଳିବା ଲକ୍ଷ୍ୟ ମଧ୍ୟ ଧୀରେ ଧୀରେ ପୁରା ହେବାର ଲାଗିଛି । ତେଣୁ କଟକବାସୀ ପୂର୍ବରୁ ବିଜୁ ଜନତା ଦଳକୁ ଯେଉଁ ଭଲ ପାଇବା ଦେଉଛନ୍ତି ତାହା ଆସନ୍ତା ନିର୍ବାଚନରେ ବି ଦେବେ । କଟକର ସବୁ ସିଟ ଏଥର ବିଜେଡି ଖାତାକୁ ଯିବ।’’
ଇଟିଭି ଭାରତ, କଟକ