thumbnail

By ETV Bharat Odisha Team

Published : Dec 5, 2023, 10:46 PM IST

ETV Bharat / Videos

ବାଲିଯାତ୍ରାର ଅନ୍ତିମ ଦିନ, ବାଇକ ଷ୍ଟଣ୍ଟ ଦେଖି ଦର୍ଶକ ଖୁସ

କଟକ: ଐତିହାସିକ କଟକ ବାଲିଯାତ୍ରାର ଆଜି  ଶେଷ ଦିନ । ବାଲିଯାତ୍ରାର ଉଦଯାପନୀ ଦିବସରେ  ଲକ୍ଷାଧିକ ଲୋକଙ୍କ ଭିଡ଼ ହେଖିବାକୁ ମିଳିଥିଲା  ।  ବାଲିଯାତ୍ରା ବୁଲିବା ସହ ଭଳିକି ଭଳି ଷ୍ଟଲ ବୁଲି ଉପଭୋଗ କରିଥିଲେ ଦର୍ଷକ ।  ତେବେ ଏହି ଭିଡ଼ ଭିତରେ ମନ ମୋହୁଛି ବାଇକ ଷ୍ଟଣ୍ଟ । ଷ୍ଟପି, ହୁଇଲି, ବର୍ଣ୍ଣଆଉଟ ଭଳି ଷ୍ଟଣ୍ଟ ଦେଖଉଛନ୍ତି ନେପାଳରୁ ଆସିଥିବା ବାଇକ ଷ୍ଟଣ୍ଟ ମ୍ୟାନ । ଷ୍ଟଣ୍ଟ ଦେଖିବା ପାଇଁ ଟିକେଟର ମୂଲ୍ୟ 50 ଟଙ୍କା ରହିଥିବା ବେଳେ ଷ୍ଟଣ୍ଟ ହେଖିବାକୁ ଦର୍ଶକଙ୍କ ଗହଳି ଜମିଥିଲା । ସେପଟେ ଏହାକୁ ମନଭରି ଉପଭୋଗ କରିଥିଲେ ଦର୍ଶକ । ବୁଲାବୁଲି କରିବା ସହ ଏହି ବାଇକ ସୋ ଦେଖି ମଜ୍ଜା ନେଉଛନ୍ତି ଦେଖେଣାହାରୀ । ବାଇକ ଷ୍ଟଣ୍ଟ କରୁଥିବା ବ୍ୟକ୍ତିଙ୍କ କହିବା ଅନୁସାରେ, ସେମାନେ ନିଜର ସୁରକ୍ଷାକୁ ଧ୍ୟାନରେ ରଖି  ସୁରକ୍ଷିତ ଭାବରେ ଏହି ଷ୍ଟଣ୍ଟ କରୁଛନ୍ତି । ଯାହା ଦର୍ଶକମାନଙ୍କୁ ବେସ ପସନ୍ଦ ଆସୁଛି ।  

ଏହା ମଧ୍ୟ ପଢ଼ନ୍ତୁ......ଅଷ୍ଟମ ସନ୍ଧ୍ୟାରେ ଐତିହାସିକ ବାଲିଯାତ୍ରା, କମିନି ଦର୍ଶକଙ୍କ ଗହଳି

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.