thumbnail

By

Published : Apr 16, 2023, 8:25 PM IST

ETV Bharat / Videos

ଜୀତନ ରାମ ମାଞ୍ଝୀଙ୍କ ବାସଭବନରେ ଇଫତାର ପାର୍ଟି, ସାମିଲ ହେଲେ ନୀତିଶ କୁମାର, ଦେଖନ୍ତୁ ଭିଡିଓ

ପାଟନା: ଇଫତାର ପାର୍ଟିରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚାର ମୁଖ୍ୟ ଜୀତନ ରାମ ମାଞ୍ଝୀଙ୍କ ବାସଭବନରେ ଆୟୋଜିତ ଇଫତାର ପାର୍ଟିରେ ସାମିଲ ହୋଇଛନ୍ତି ନୀତିଶ କୁମାର । ଏଥିରେ ଜୀତନ ରାମ ମାଞ୍ଝୀଙ୍କ ସହ ନୀତିଶଙ୍କୁ ଏକ ଟୋପି ପିନ୍ଧିଥିବା ମଧ୍ୟ ଦେଖିବାକୁ ମିଳିଛି । ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚା ମୁଖ୍ୟ ଜୀତନ ରାମ ମାଞ୍ଝୀ ନୀତିଶଙ୍କ ସହଯୋଗୀ ଭାବେ ରହି ଆସିଛନ୍ତି । 

ସେ ଗତ ଦୁଇ ଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ସୁଦ୍ଧା ନୀତିଶଙ୍କ ସାଥ ଛାଡିବେନି ବୋଲି କହିଥିଲେ । ସେହିପରି ସେ 2024 ସାଧାରଣ ନିର୍ବାଚନ ପାଇଁ ନୀତିଶ କୁମାରଙ୍କୁ ଜଣେ ଯୋଗ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ମଧ୍ୟ କହିଥିଲେ । ନୀତିଶ ପ୍ରତିବର୍ଷ ଇଫତାର ପାର୍ଟିରେ ସାମିଲ ହୁଅନ୍ତି । ଚଳିତ ବର୍ଷ ସେ ଜୀତନ ରାମ ମାଞ୍ଝୀଙ୍କ ବାସଭବନରେ ଏହି ଇଫତାର ପାର୍ଟିରେ ସାମିଲ ହୋଇଛନ୍ତି । ବିଜେପି ବିରୋଧରେ ବିରୋଧୀଙ୍କ ଏକାଠି କରିବାରେ ଅଣ୍ଟା ଭିଡିଥିବା ନିତୀଶ ଏବେ ଚର୍ଚ୍ଚାରେ ରହିଛନ୍ତି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.