ଧୁମଧାମରେ ଚାଲିଛି ମହାବଳୀ ଯାତ୍ରା, ଭୁବନେଶ୍ଵରୀ ବେଶରେ ମା’ ସୁରେଶ୍ବରୀ - ସୁବର୍ଣ୍ଣପୁର ମହାବଳୀ ଯାତ୍ରା

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 19, 2023, 9:44 PM IST

ସୁବର୍ଣ୍ଣପୁର: ଆଜି ଆଶ୍ୱିନ ଶୁକ୍ଳ ପଞ୍ଚମୀ । ସୋନପୁର ଗଡଜାତର ଇଷ୍ଟ ଦେବୀ ମା' ସୁରେଶ୍ୱରୀ ଭୁବନେଶ୍ୱରୀ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ସୋନପୁର ଗଡଜାତର ମହାବଳୀ ଯାତ୍ରାର କେନ୍ଦ୍ରବିନ୍ଦୁ ପାଲଟିଥିବା ଇଷ୍ଟଦେବୀ ମା'ସୁରେଶ୍ୱରୀ ଭିନ୍ନ ଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ।

ଆଜି ଶୁକ୍ଲ ପଞ୍ଚମୀ ତିଥିରେ ଦେବୀ ମା' ଭୁବନେଶ୍ୱରୀ ବେଶ ଧାରଣ କରିଛନ୍ତି । ଆସନ୍ତାକାଲି ଦେବୀ ମା'ବଗଳାମୁଖୀ ବେଶ ଧାରଣ କରିବେ । ତେବେ ଦେବୀ ମା' ଅମାବାସ୍ୟା ତିଥିରେ ଧବଳମୁଖୀ, ଶୁକ୍ଳ ପ୍ରତିପଦ ତିଥିରେ ମହାକାଳୀ, ଦ୍ୱିତୀୟାରେ ତାରା,ତୃତୀୟାରେ ଷୋଡଶୀ ବା ତ୍ରୀପୁରା ସୁନ୍ଦରୀ, ଚତୁର୍ଥୀରେ ଭୈରବୀ ବେଶ ଧାରଣ କରି ଦର୍ଶନ ଦେଇଥିଲେ । ଆଗକୁ ବଗଳାମୁଖୀ,ଜୟଦୁର୍ଗା, ମହିଷାମର୍ଦ୍ଦିନୀ, ଧୂମାବତୀ ଓ ରାଜରାଜେଶ୍ବରୀ ଆଦି ବେଶ ଦଶମୀ ତିଥି ଯାଏଁ ଧାରଣ କରିବେ ।

ଏହା ମଧ୍ୟ ପଢନ୍ତୁ..ଭୈରବୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ସୁରେଶ୍ୱରୀ, ଷୋହଳଭର୍ଣ୍ଣିରେ କମ୍ପୁଛି ମନ୍ଦିର ପରିସର

ଏଠାରେ ଗତ 10 ତାରିଖରୁ ଆରମ୍ଭ ହୋଇଛି ସପ୍ତସତୀ ଚଣ୍ଡୀ ମହାଯଜ୍ଞ । ତେବେ ଆଜି ସକାଳୁ ସକାଳୁ ଏହି ଦେବୀ ପୀଠରେ ଦେବୀଙ୍କ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ତମାମ ଦିନ ପ୍ରାୟ ଆଠ ଘଣ୍ଟା ଯାଏଁ ଚଣ୍ଡୀପାଠ କରାଯାଉଛି । ପ୍ରତିଦିନ ସଂଧ୍ୟାରେ ଦେବୀ ପୀଠରେ ସଂଧ୍ୟା ଆରତୀ ସହତି ଦେବୀ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ ହେଉଛି ।ଦେବୋତ୍ତର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ,ସୁବର୍ଣ୍ଣପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.