ଶେଷ ହେଲା ଭୁବନର ବୁଦ୍ଧେଶ୍ବର ମହୋତ୍ସବ, ମନ ଛୁଇଁଲା ସବ୍ୟଚ୍ଚିତାଙ୍କ ଯୋଡି - ଭୁବନ ମହୋତ୍ସବ
🎬 Watch Now: Feature Video
Published : Nov 29, 2023, 8:43 PM IST
ଢେଙ୍କାନାଳ: ଭୁବନର ବୁଦ୍ଧେଶ୍ବର ମହୋତ୍ସବ ଓ ପଲ୍ଲିଶ୍ରୀମେଳା ଉଦଯାପିତ l ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ନିଆରା ଢଙ୍ଗରେ ପାଳନ କରାଯାଇଛି ବାଲିଯାତ୍ରା । ସାତଦିନ ଧରୀ ଚାଲିଥିବା ଏହି ମହୋତ୍ସବ ଉଦଯାପିତ ହୋଇଛି l ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଅନ୍ୟାନ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ । ପ୍ରଜ୍ଞା ଓ ସ୍ମୃତିଙ୍କର କମେଡ଼ି ସାଙ୍ଗକୁ ସବ୍ୟସାଚୀ ଓ ଅର୍ଚିତାଙ୍କର ଯୋଡି ଦର୍ଶକମାନଙ୍କୁ ଆକୃଷ୍ଠ କରିଥିଲା ।
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭୁବନର ଆରାଧ୍ୟ ଦେବ ବାବା ବୁଦ୍ଧେଶ୍ବରଙ୍କ ପୀଠରେ ପ୍ରତିବର୍ଷ ବାଲିଯାତ୍ରା ଅନୁଷ୍ଠିତ ହୋଇ ଦୁଇ ଚାଲିଥାଏ । ଏସିଆ ମହାଦେଶର ସବୁଠାରୁ ବଡ ଗାଁ ଭୁବନ । କଂସା ବାସନ ଓ ବଳଦଯାତ୍ରା ପାଇଁ ଭୁବନ ପ୍ରସିଦ୍ଧ । କିନ୍ତୁ ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ନିଆରା ଢଙ୍ଗରେ ପାଳନ କରାଯାଇଛି ବାଲିଯାତ୍ରା । ଭୁବନ ବ୍ରାହ୍ମଣୀ ନଦୀ କୁଳରେ ବିରାଜମାନ ଥିବା ବାବା ବୁଦ୍ଧେଶ୍ବର ପୀଠରେ ପ୍ରଥମ ଥର ସାତ ଦିନ ଧରି ଚାଲିଥିଲା । ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାରେ ହଜାର ହଜାର ଲୋକମାନଙ୍କର ସମାଗମ ଦେଖିବାକୁ ମିଳିଥିଲା । ବିଭିର୍ଣ୍ଣ ପ୍ରକାରର ଖାଦ୍ୟର ପସରା ସାଙ୍ଗକୁ ଦୋଳି ଖେଳର ମଜା ନେଇଥିଲେ ଗ୍ରାମବାସୀ ।
ଏହା ମଧ୍ୟ ପଢ଼ନ୍ତୁ...ଗୀତରେ ସାଇବର ସଚେତନତା, ବାଲିଯାତ୍ରାରେ ପୋଲିସ ପ୍ରୟାସକୁ ପ୍ରଶଂସା
ଭୁବନ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଆଜି ହେଉଛି ଅନ୍ତିମ ଦିନ । ସାତ ଦିନ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଅନ୍ୟାନ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥିଲା । ଭୁବନ ଅଞ୍ଚଳର ବିଭିର୍ଣ୍ଣ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପ୍ରଦର୍ଶନ କରିଥିଲେ । କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ମଧ୍ୟ ଦିଆଯାଇଥିଲା । ଶେଷ ଦିନରେ ଦେଖିବାକୁ ମିଳିଥିଲା କମେଡିଆନ ପ୍ରଜ୍ଞା ଓ ସ୍ମୃତିଙ୍କର ଯୁଗଳ ବନ୍ଦୀ । ତାସହିତ ଦର୍ଶକମାନଙ୍କୁ ଆକୃଷ୍ଠ କରିଥିଲା ଓଡିଆ ସିନେମାର ସବ୍ୟସାଚୀ ଓ ଅର୍ଚିତାଙ୍କର ଯୋଡି । ବେଶ ମନ ମୁଗ୍ଧକର ହୋଇଥିଲା ମହୋତ୍ସବ । ଏହି ମହୋତ୍ସବକୁ ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ପ୍ରଚେଷ୍ଠା ଓ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କ ସହଯୋଗରେ ସଫଳ ହୋଇଥିଲା । ତେବେ ଚଳିତ ବର୍ଷ ଭୁବନ ବୁଦ୍ଧେଶ୍ବର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳ ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇଛି । ପୁଣି ଆସନ୍ତା ବର୍ଷକୁ ଅପେକ୍ଷା ରହିଛି ।