ETV Bharat / bharat

ମନମୋହନଙ୍କ ନୀଳ ପଗଡ଼ି ରହସ୍ୟ କ'ଣ ? - MANMOHAN SINGH

ଆଉ ନାହାନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ । କାହିଁକି ସବୁବେଳେ ପିନ୍ଧୁଥିଲେ ନୀଳ ରଙ୍ଗର ପଗଡି ?

Manmohan Singh Blue Turban
Manmohan Singh Blue Turban (ETV Bharat)
author img

By ETV Bharat Odisha Team

Published : 16 hours ago

ଚଣ୍ଡିଗଡ଼: ଆଉ ନାହାନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ । ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଛି ଦେଶ । ସେ ଦେଶର ପ୍ରଥମ ଶିଖ ପ୍ରଧାନମନ୍ତ୍ରୀ ଥିଲେ । ସେଥିପାଇଁ ସବୁ ସମୟରେ ପଗଡି ପରିଧାନ କରୁଥିଲେ ମନମୋହନ । ହେଲେ ସେ ନୀଳ(Blue)ରଙ୍ଗ ପଗଡି କାହିଁକି ପରିଧାନ କରୁଥିଲେ ଜାଣନ୍ତି କି ? ଆସନ୍ତୁ ନଜର ପକାଇବା ।

ବ୍ଲୁ ଟର୍ବାନ ରହସ୍ୟ:

ଫିକା ନୀଳ ରଙ୍ଗର ପଗଡିରେ ମନମୋହନ ସିଂଙ୍କୁ ଦେଖିବାକୁ ମିଳୁଥିଲା । ସେ ନିଜେ ଥରେ ଏହା ପଛର କାରଣ ସମ୍ପର୍କରେ ଜଣାଇଥିଲେ । ମନମୋହନ କହିଥିଲେ, "ଏହି ବ୍ଲୁ ଟର୍ବାନ(ପଗଡି) ହେଉଛି କ୍ୟାମ୍ବ୍ରିଜ ବିଶ୍ବବିଦ୍ୟାଳୟ ପ୍ରତି ମୋର ସମ୍ମାନ ।"

ୟୁନିଭର୍ସିଟିରେ 'ବ୍ଲୁ ଟର୍ବାନ' ନାଁରେ ପରିଚିତ ଥିଲେ ମନମୋହନ:

2006ରେ ଯେତେବେଳେ ମନମୋହନ ସିଂ ଡକ୍ଟରେଟ୍ ଅଫ୍ ଲ' ଉପାଧିରେ ସମ୍ମାନିତ ହୋଇଥିଲେ ସେହି ସମୟରେ ବ୍ଲୁ ପଗଡିର ରାଜ୍ ଖୋଲିଥିଲେ । ମନମୋହନ ସିଂ କହିଥିଲେ, "ଏହି ରଙ୍ଗ ମୋର ସବୁଠୁ ଅଧିକ ପ୍ରିୟ ।" ତେବେ ସବୁବେଳେ ନୀଳ ରଙ୍ଗର ପଗଡି ପରିଧାନ କରୁଥିବାରୁ କ୍ୟାମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ତାଙ୍କର ସହପାଠୀମାନେ 'ବ୍ଲୁ ଟର୍ବାନ' ବୋଲି ମନମୋହନଙ୍କୁ ସମ୍ବୋଧନ କରୁଥିଲେ । କଲେଜ ସମୟର ସେହି 'ବ୍ଲୁ ଟର୍ବାନ' ନାମକୁ ନେଇ ତାଙ୍କର ମଧୁର ସ୍ମୃତି ଜଡିତ ରହିଥିଲା । ସେଥିପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ବି ସେ ଏହି ନୀଳ ରଙ୍ଗର ପଗଡି ହିଁ ପରିଧାନ କରୁଥିଲେ ।

ଏହା ବି ପଢନ୍ତୁ...ମନମୋହନ ସିଂହଙ୍କ ଜୀବନୀ ସଚ୍ଚୋଟତା ଏବଂ ସରଳତାର ପ୍ରତିବିମ୍ବ: ମୋଦି

ଏହା ବି ପଢନ୍ତୁ...'ଦ ଆକ୍ସିଡେଣ୍ଟାଲ୍ ପ୍ରାଇମମିନିଷ୍ଟର-ମେ ଅଟଲ ହୁଁ'...ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ମିତ ଏହି ଫିଲ୍ମ

ମନମୋହନଙ୍କୁ ଝୁରୁଛି ଦେଶ:

ଦେଶର ଆର୍ଥିକ ସଂସ୍କାର ଆଣିଥିଲେ ମନମୋହନ । ସେ ଥିଲେ ଅର୍ଥନୀତିର ଚାଣକ୍ୟ । ଭାରତର ଅର୍ଥନୀତି ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ସଚ୍ଚୋଟ ତଥା ସରଳ ଜୀବନଯାପନ କରୁଥିବା ର୍ନିବିବାଦୀୟ ବ୍ୟକ୍ତିତ୍ବ ଥିଲେ ମନମୋହନ । ତାଙ୍କର ବିୟୋଗରେ ଏବେ ସାରା ଦେଶ ସ୍ତବ୍ଧ । ଏନେଇ ଦେଶବ୍ୟାପୀ 7 ଦିନ ଧରି ରାଷ୍ଟ୍ରୀୟ ଶୋକ ପାଳନ ହେଉଛି । ଆସନ୍ତାକାଲି(ଶନିବାର) ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

ଏହା ବି ପଢନ୍ତୁ...ମନମୋହନ ସିଂହଙ୍କ ବିୟୋଗ; ଶନିବାର ଶେଷକୃତ୍ୟ, 7 ଦିନିଆ ରାଷ୍ଟ୍ରୀୟ ଶୋକ ପାଳିବ ଦେଶ

ଏହା ବି ପଢନ୍ତୁ...ଆଉ ନାହାନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କାଲି ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.