thumbnail

By ETV Bharat Odisha Team

Published : Oct 27, 2023, 9:51 AM IST

ETV Bharat / Videos

କଟକର ସ୍ମୃତି ଅଭୁଲା: ଭବାନୀ ଶଙ୍କର ଚୟିନୀ

କଟକ: କଟକର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ନରହରି ସେଠୀ । ଅନ୍ୟପଟେ ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀଙ୍କୁ ମିଳିଛି ନୂଆ ଦାୟିତ୍ୱ । ତେବେ କଟକ ଜିଲ୍ଲାପାଳ ଭାବେ ସେ 2019 ମସିହା ଜୁନ ମାସରେ କାର୍ଯ୍ୟ ଆରମ୍ଭ କରିଥିଲେ ।

ତେବେ ବିଦାୟୀ ସମୟରେ ସେ ଅଭିଭାଷଣରେ କଟକ ବିକାଶ ବିଷୟରେ ଆଲୋକପାତ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ କଟକର ବିକାଶ ନିମନ୍ତେ ଅନେକ ଯୋଜନାମାନ କରାଯାଇଛି । ଏସ୍‌ସିବି ସମ୍ପ୍ରସାରଣ, ତାଳଦଣ୍ଡା କେନାଲର ବିକାଶ, ନେତାଜୀ ବସ୍‌ ଟର୍ମିନାଲ, ଚଣ୍ଡୀ ମନ୍ଦିର ଭଳି ଅନେକ ମେଗା ଯୋଜନା ହାତକୁ ନିଆଯାଇଛି । ତେବେ ଏହି ବଡ଼ କାମରୁ ଅନେକ ଅଭିଜ୍ଞତା ମଧ୍ୟ ମିଳିଛି ବୋଲି କହିଛନ୍ତି ଭବାନୀ ଶଙ୍କର ଚୟିନୀ । 

ଏହାମଧ୍ୟ ପଢନ୍ତୁ..Watch: ଦୁର୍ଗା ପୂଜା ଭସାଣରେ ବାଜା ବଜାଇଲେ କଟକ ଜିଲ୍ଲାପାଳ

ଗତ ବର୍ଷ ବାଲିଯାତ୍ରା ବିଶ୍ୱ ଦରବାରରେ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିଲା । ଏହି 4 ବର୍ଷର କାର୍ଯ୍ୟକାଳ ସମୟରେ ଅନେକ ଉପଲବ୍ଧି ସାଉଁଟିବାର ସୁଯୋଗ ମିଳିଥିବା କହିଛନ୍ତି ପୂର୍ବତନ ଜିଲ୍ଲାପାଳ । ତେବେ ନିଷ୍ଠାପର ଭାବରେ କାର୍ଯ୍ୟ କରି ଯେଉଁ କଟକର ବିକାଶର ଦିଗକୁ ତ୍ୱରିତ କରାଯାଇଛି ତାହା ଆଗକୁ ମଧ୍ୟ ଜାରି ରହିବ । ଏପରିକି ବାଲିଯାତ୍ରା ସମୟରେ ସାହାଯ୍ୟ ନିଶ୍ଚୟ ରହିବ ବୋଲି କହିଛନ୍ତି କଟକର ପୁର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।


ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.