MKCG ସମସ୍ୟା ନେଇ ଅନଶନରେ ଯୁବ ସମାଜସେବୀ, ସାମିଲ ହେଲେ ବହୁ ଆଇନଜୀବୀ

By

Published : Jul 22, 2023, 10:53 PM IST

thumbnail

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାବାସୀ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ବ୍ରହ୍ମପୁରର ଏମକେସିଜି ମେଡିକାଲରେ ଲାଗି ରହିଥ‌ିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସହରର ଯୁବ ସମାଜସେବୀ ବିନୋଦ ସାବତ । ଏଠାରେ ଏକ ବର୍ଣ୍ଣକେୟାର ୟୁନିଟ୍ କାର୍ଯ୍ୟକ୍ଷମ କରିବା ସହିତ ୨୪ ଘଣ୍ଟିଆ ଅଲଟ୍ରାସାଉଣ୍ଡ ସେବା ପ୍ରଦାନ କରିବା ଦାବିରେ ଏମକେସିଜି ମେଡିକାଲ କଲେଜ ପରିସରରେ ଅନଶନରେ ବସିଥିଲେ ବିନୋଦ ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିନୋଦ କହିଛନ୍ତି, "ଏଠାରେ ବର୍ଣ୍ଣକେୟାର ୟୁନିଟ୍ ନଥିବାରୁ ଏଠାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ନାନା ହଇରାଣ ହରକତ ହୋଇଥାନ୍ତି । ଏପରିକି ୨୪ ଘଣ୍ଟିଆ ଅଲଟ୍ରାସାଉଣ୍ଡ ସେବା ପ୍ରଦାନ କରିବା ପାଇଁ ଅନେକ ଦାବି ହେଉଥିଲେ ମଧ୍ୟ ସେଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି । ସେଥିପାଇଁ ଆଜିଠାରୁ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଛି ।" 

ସେପଟେ ଏମକେସିଜି ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ମିଶ୍ର ଏବଂ ମେଡିକାଲର ଅଧିକ୍ଷକ ପ୍ରଫେସର ଡାକ୍ତର ସୁଚିତ୍ରା ଦାସ ପ୍ରମୁଖ ପହଞ୍ଚି ବିନୋଦଙ୍କ ସହ ଆଲୋଚନା କରିଥିଲେ । ଏନେଇ ସରକାରଙ୍କୁ ପତ୍ର ଲେଖାଯାଇ ଅବଗତ କରାଯିବ ବୋଲି ପ୍ରତିଶୃତି ଦେବାପରେ ଆନ୍ଦୋଳନରୁ ଓହରିଥିଲେ ବିନୋଦ । ସେହିପରି ବିନୋଦଙ୍କୁ ସମର୍ଥନ ଜଣାଇ ବ୍ରହ୍ମପୁର ସହରର ବହୁ ଆଇନଜୀବୀଙ୍କ ସମେତ ସହରର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.