ETV Bharat / technology

Hyundai Creta Electricର ଖୁଲାସା; ଜାଣନ୍ତୁ କେତେ ମିଳିବ ରେଞ୍ଜ - HYUNDAI CRETA ELECTRIC UNVEILED

ଲଞ୍ଚ ପୂର୍ବରୁ ହୁଣ୍ଡାଇ ଏହାର ନୂଆ କାର Creta Electricର ଖୁଲାସା କରିଛି । ଏହାକୁ ଭାରତ ମୋବିଲିଟି ଶୋ' 2025ରେ ଲଞ୍ଚ କରାଯାଇପାରେ । ରେଞ୍ଜ କେତେ ମିଳିବ ଜାଣନ୍ତୁ...

Hyundai Creta Electric
Hyundai Creta Electric (Photo Credit- Hyundai Motor India)
author img

By ETV Bharat Tech Team

Published : Jan 3, 2025, 7:18 PM IST

ହାଇଦ୍ରାବାଦ: କାର ନିର୍ମାତା କମ୍ପାନୀ ହୁଣ୍ଡାଇ ମୋଟର (Hyundai Motor) ନିଜର ନୂଆ ଇଲେକଟ୍ରିକ ଏସୟୁଭି Hyundai Creta Electricର ଖୁଲାସା କରିଛି । ଏହାକୁ ଭାରତ ମୋବିଲିଟି ଶୋ' 2025ରେ ଲଞ୍ଚ କରାଯାଇପାରେ । ICE-ପାୱାର୍ଡ SUV ସହିତ ମେଳ ଖାଉଥଇବା ଏହି ଇଲେକଟ୍ରିକ କାରରେ ସବୁଠୁ ଖାସ୍‌ କଥା ହେଉଛି ଏଥିରେ ଅଧିକ ରେଞ୍ଜ ମିଳିବ । ଏହା ARAI ସାର୍ଟିଫାଏଡ ଓ ରେଞ୍ଜ 473KM ହେବ ।

Hyundai Creta Electric ବ୍ୟାଟେରୀ ଓ ରେଞ୍ଜ

  • ହୁଣ୍ଡାଇ କ୍ରେଟା ଇଲେକଟ୍ରିକ୍ ଦୁଇଟି ବ୍ୟାଟେରୀ ପ୍ୟାକ୍ ବିକଳ୍ପ ସହିତ ଆସିବ, ଯେଉଁଥିରେ 42kWh ଏବଂ 51.4kWh ବ୍ୟାଟେରୀ ସାମିଲ । ଏହି ବ୍ୟାଟେରୀଗୁଡ଼ିକ ଯଥାକ୍ରମେ 390 କିଲୋମିଟର ଏବଂ 473 କିଲୋମିଟର ARAI ସାର୍ଟିଫାଏଡ ରେଞ୍ଜ ପ୍ରଦାନ କରିବ । ବର୍ତ୍ତମାନ ସୁଦ୍ଧା ଏହି କାରର ପାୱାର ଏବଂ ଟର୍କ ଆକଳନ ସମ୍ପର୍କରେ ସୂଚନା ଦିଆଯାଇ ନାହିଁ, କିନ୍ତୁ କମ୍ପାନୀ ଦାବି କରିଛି ଯେ କ୍ରେଟା ଇଲେକଟ୍ରିକ୍ (ଲଙ୍ଗ ରେଞ୍ଜ) 7.9 ସେକେଣ୍ଡରେ 0ରୁ 100 କିଲୋମିଟର ପର୍ଯ୍ୟନ୍ତ ସ୍ପିଡ ଧରିପାରିବ ।
  • କାର ଅନ୍ୟ ଫିଚର ସମ୍ପର୍କରେ କହିବାକୁ ଗଲେ, ଏହି କାରରେ ତିନୋଟି ଡ୍ରାଇଭ୍ ମୋଡ୍ ମିଳିବାକୁ ଯାଉଛି - ଇକୋ, ନର୍ମାଲ୍ ଏବଂ ସ୍ପୋର୍ଟ । ଏଥିରେ ଏକ ଷ୍ଟିଅରିଂ କଲମ୍‌ -ମାଉଣ୍ଟ୍ ଡ୍ରାଇଭ୍ ମୋଡ୍ ସିଲେକ୍ଟର୍ ଅଛି, ଯାହାକି Hyundai Ioniq 5ରେ ଦେଖିବାକୁ ମିଳିଥିଲା । ଏଥିରେ ସିଙ୍ଗଲ୍ ପେଡାଲ୍ ଡ୍ରାଇଭିଂ ରହିଛି ଯାହାକୁ Hyundai i-Pedal ଟେକ୍ନୋଲୋଜି ବୋଲି କୁହାଯାଏ ।
  • କମ୍ପାନୀ ଦାବି କରିଛି ଯେ କ୍ରେଟା ଇଲେକଟ୍ରିକ୍ ମାତ୍ର 58 ମିନିଟରେ ଏହା 10 ପ୍ରତିଶତରୁ 80 ପ୍ରତିଶତ ଚାର୍ଜ ହୋଇପାରେ (ଡିସି ଚାର୍ଜିଂ) । 11 କିଲୋୱାଟ ଏସି ୱାଲ୍ ବକ୍ସ ଚାର୍ଜରରେ 4 ଘଣ୍ଟା ମଧ୍ୟରେ 10 ପ୍ରତିଶତରୁ 100 ପ୍ରତିଶତ ଚାର୍ଜ ହୋଇପାରିବ।

Hyundai Creta Electricର ଏକ୍ସଟିରିଅର

ନୂତନ କ୍ରେଟା ଇଲେକଟ୍ରିକ୍‌ର ବାହାର ଡିଜାଇନ ବିଷୟରେ କହିଲେ ହୁଣ୍ଡାଇ ଏହାକୁ ICE ଚାଳିତ ଏଡିସନରୁ ଭିନ୍ନ କରିବା ପାଇଁ ଉଦ୍ୟମ କରିନାହିଁ, ଫଳରେ ଉଭୟ ମଡେଲ ପରସ୍ପର ପରି ଦିଶୁଛନ୍ତି । ଏହି କାରର ଅଧିକାଂଶ ବଡି ପ୍ୟାନେଲରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇ ନାହିଁ ଏବଂ ସେଠାରେ କେବଳ ନୂତନ ସଫ୍ଟ ପ୍ଲାଷ୍ଟିକ୍ ପାର୍ଟ୍ସ ଲାଗିଛି । ପିକ୍ସେଲ ପରି ଡିଟେଲିଂ ସହିତ ନୂଆ ଫ୍ରଣ୍ଟ ଏବଂ ରିଅର ବମ୍ପର ଲଗାଯାଇଛି । ଏହା ବ୍ୟତୀତ ଏଥିରେ ଆଗ ଗ୍ରୀଲ୍ ଏବଂ ନୂତନ ଏରୋ-ଅପ୍ଟିମାଇଜଡ୍ ଆଲଏ ହ୍ବିଲ୍‌ ପାଇଁ ଏକ ନୂତନ ସିଲ୍ ଲୁକ୍ ଦିଆଯାଇଛି । ଏହାର ଚାର୍ଜିଂ ପୋର୍ଟ ଏସୟୁଭିର ନୋଜ୍‌ ଉପରେ ଦିଆଯାଇଛି ।

Hyundai Creta Electricର ଇଣ୍ଟିରିଅର

ଏହାର ଭିତର ଡିଜାଇନ ବିଷୟରେ କହିଲେ, ନୂଆ ହୁଣ୍ଡାଇ କ୍ରେଟା ଇଲେକଟ୍ରିକ୍ କାରରେ ଏକ ଡୁଆଲ୍ 10.25-ଇଞ୍ଚ ସ୍କ୍ରିନ୍ ସେଟଅପ୍ ଅଛି । ଫିଚର ବିଷୟରେ କହିବାକୁ ଗଲେ ଏଥିରେ ପାନୋରାମିକ୍ ସନରୁଫ୍, ଭେହିକଲ-ଟୁ-ଲୋଡ (V2L) ଟେକ୍ନୋଲୋଜି, 360-ଡିଗ୍ରୀ କ୍ୟାମେରା, ADAS ସୁଟ୍ ଏବଂ ହୁଣ୍ଡାଇର ଡିଜିଟାଲ୍ କି ଫିଚର ଦିଆଯାଇଛି ।

ଟ୍ରିମ ଓ କଲର ଅପସନ

କ୍ରେଟା ଇଲେକଟ୍ରିକ୍‌ର 4 ଭାରିଏଣ୍ଟ- Executive, Smart, Premium, Excellenceରେ ଲଞ୍ଚ କରାଯିବ । ଯେଉଁଥିରେ ମୋନୋଟନ୍‌ ଓ 2 ଡୁଆଲ୍‌-ଟୋନ୍‌ କଲର ଅପସନ ମିଳିବ । ଏହି କାରରେ 3 ମ୍ୟାଟ୍‌ କଲର୍‌ ଅପସନ ମଧ୍ୟ ସାମିଲ ।

ଏହା ବି ପଢନ୍ତୁ
  1. ବ୍ଲାକ୍‌ ବୋଲ୍ଡ ଲୁକ୍‌ ସହ ଲଞ୍ଚ ହେଲା Cretaର Knight Edition; ଦାମ 14.51 ଲକ୍ଷ
  2. ଭାରତରେ Kia Syros SUVର ବୁକିଂ ଆରମ୍ଭ; କେବଳ 25ହଜାର ଦେଇ କରନ୍ତୁ ବୁକ୍‌

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.