ETV Bharat / state

ନବ ଦାସ ହତ୍ୟା ମାମଲା: ରକ୍ତ ଭିଜା ସାର୍ଟରୁ ନେଇ ରଙ୍ଗ ବଦଳିବା ଘଟଣା, ଏମିତି କହିଲେ ଆଇନଜୀବୀ - NABA DAS MURDER CASE

ନବ ଦାସ ହତ୍ୟା ମାମଲା ଏବେ ଅଡୁଆ ସୂତାର ଗଣ୍ଠି । ତଦନ୍ତର ବିଭିନ୍ନ ଦିଗକୁ ନେଇ ଉଠୁଛି ପ୍ରଶ୍ନ । CBI ତଦନ୍ତ ନେଇ କଣ ରହିଛି ନିୟମ ।

NABA DAS MURDER CASE
NABA DAS MURDER CASE (ETV Bharat Odisha)
author img

By ETV Bharat Odisha Team

Published : Jan 20, 2025, 10:25 PM IST

ଭୁବନେଶ୍ବର/କଟକ : କିଛି ଦିନର ବ୍ୟବଧାନ ପରେ ପୁଣି ଉଠିଛି ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗ । ପାଖାପାଖି 2 ବର୍ଷ ତଳେ ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ଏହାର ଭିନ୍ନ ଭିନ୍ନ ଦିଗ ନେଇ ପ୍ରଶ୍ନ ଉଠୁଛି । ଫୋରେନସିକ୍‌ ଲ୍ୟାବର ଗୁଳିମାଡ ରିପୋର୍ଟ ଓ କ୍ରାଇମବ୍ରାଞ୍ଚର ତଥ୍ୟରେ ଭିନ୍ନତା ଏବେ ତଦନ୍ତର ନିରପେକ୍ଷତାକୁ ସନ୍ଦେହଘେରକୁ ଟାଣିଛି । ସେହିପରି କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଥିବା କଥା ଓ ସାକ୍ଷୀଙ୍କ ବୟାନରେ ତାଳମେଳ ନରହିବା ଏବେ ସବୁଠୁ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ଏବେ ଘଟଣାର ତଦନ୍ତକାରୀ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ରିପୋର୍ଟ ତଲବ ମଧ୍ୟ କରିଛି । ଏପରି ସ୍ଥିତିରେ ମାମଲାରେ ମାମଲାର ଗତି କୁଆଡେ, ଆଇନରେ କଣ ରହିଛି ବ୍ୟବସ୍ଥା, ସେନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର ଓ ମାନସ ମହାପାତ୍ର ।

  • ଦ୍ବିତୀୟ ଗାଡ଼ିରେ ୫ଟି ଗନ୍ ସଟ୍ :

ଘଟଣା ଦିନ ନବ ଦାସଙ୍କ ପଛରେ ଥିବା ତାଙ୍କର ଦ୍ବିତୀୟ ଗାଡ଼ିରେ ୫ଟି ଗନ୍ ସଟ୍ ହୋଲ୍ ବା ଗୁଳିବଦ୍ଧ ଚିହ୍ନ ଥିବା SFSL(ଷ୍ଟେଟ୍ ଫରେନ୍ସିକ ସାଇନ୍ସ ଲାବ୍ରୋଟୋରୀ) ରିପୋର୍ଟରେ ଉଲ୍ଲେଖ ରଖିଛି । ତେବେ ସେହି ୫ଟି ଗନ୍ ସଟ୍ ହୋଲ୍ ଗୋପାଳ ଦାସର ବନ୍ଧୁକରୁ ନୁହେଁ ବରଂ ଅନ୍ୟ କୌଣସି ଏକ ବନ୍ଧୁକରୁ ଫୁଟିଥିବା ଗୁଳିରୁ ସୃଷ୍ଟି ହୋଇଥିବା କୁହାଯାଉଛି । ଏହା ସହ ସେହି ଗାଡି ଭିତରୁ ମାତ୍ର ଗୋଟିଏ ବ୍ୟବହୃତ ଗୁଳି ମିଳିବା ପ୍ରସଙ୍ଗ ଅଧିକ ରହସ୍ୟ ମଧ୍ୟକୁ ଠେଲି ଦେଇଛି । ସେହିପରି କୌଣସି ଦ୍ବିତୀୟ ବନ୍ଧୁକରୁ ଗୁଳି ଫୁଟା ଯାଇଥିବା ଥିଓରୀକୁ ତଦନ୍ତକାରୀ ସଂସ୍ଥା ଖଣ୍ଡନ କରିବା ସହ ଦ୍ବିତୀୟ ଗାଡ଼ିରେ ଥିବା ୫ଟି ଗନ୍ ସଟ୍ ହୋଲ୍ ଗୋପାଳ ବନ୍ଧୁକରୁ ଫୁଟିଥିବା ଗୁଳିରୁ ହିଁ ହୋଇଛି ବୋଲି ନିଜର ନାମ ଗୋପନ ରଖି ଏହି ମାମଲାର ତଦନ୍ତ କରିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

  • ଆଇନଜୀବୀଙ୍କ ପ୍ରତିକ୍ରିୟା:

ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ସୌର ଚନ୍ଦ୍ର ମହାପାତ୍ର କହିଛନ୍ତି, " ବିଚାର ପ୍ରକ୍ରିୟା ଏବେ ମଧ୍ୟ ଚାଲିଛି । ନବଦାସଙ୍କୁ ଗୁଳି ସମୟରେ ଯେଉଁ ସାର୍ଟ ପିନ୍ଧି ଥିଲେ ସେ ସାର୍ଟ କେଉଁଠି ରହିଲା ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଗୋଟିଏ ବନ୍ଧୁକରୁ ନୁହେଁ ବରଂ ବିଭିନ୍ନ ବନ୍ଧୁକ ବ୍ୟବହାର କରାଯାଇଥିବା କଥା ମଧ୍ୟ କୁହାଯାଉଛି । ଯଦି ଗୋପାଳ ହତ୍ୟାକାରୀ ଭାବରେ ବିବେଚିତ କରାଯାଏ, ତେବେ ଗୋପାଳର ଉଦ୍ଦେଶ୍ୟ କ'ଣ ? ସେ ଯଦି ସତରେ ମାନସିକ ରୋଗୀ ଥିଲା ତେବେ ତାଙ୍କୁ ବନ୍ଧୁକ କେମିତି ଇସ୍ୟୁ କରାଗଲା? ଏହି ସବୁ କଥା ତଦନ୍ତ ପ୍ରକ୍ରିୟା ରେ ସାମିଲ ହୋଇଛି କି ନାହିଁ ଏ ଦିଗ ମଧ୍ୟ ବିଚାରକୁ ନିଆଯିବା ଦରକାର । ଏବେ ଯେଉଁ ସିବିଆଇ ତଦନ୍ତ କଥା ଉଠୁଛି , ସେତେବେଳେ ତାଙ୍କ ପରିବାର ଲୋକ ଏହାକୁ ଗୁରୁତ୍ୱ ଦେଇନଥିଲେ । ରାଜ୍ୟ ସରକାର ଯଦି ଚାହିଁବେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରି ପାରିବେ। ହାଇକୋର୍ଟ ଯଦି ଅନୁଭବ କରିବେ ଏହି ଘଟଣାର ତଦନ୍ତ ପାଇଁ ସିବିଆଇକୁ ଦେବା ଆବଶ୍ୟକ, ତେବେ ରାଜ୍ୟ ସରକାରଙ୍କ ରିପୋର୍ଟ ଆଧାରରେ କୋର୍ଟ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇପାରିବେ ।"

NABA DAS MURDER CASE (ETV Bharat Odisha)
ଏହା ବି ପଢନ୍ତୁ...ନବ ଦାସ ହତ୍ୟା ମାମଲା: ସାକ୍ଷୀଙ୍କ ସାର୍ଟ ରଙ୍ଗକୁ ନେଇ ନୂଆ ପ୍ରଶ୍ନ ?
ଏହା ବି ପଢନ୍ତୁ...ନବ ଦାସ ହତ୍ୟାକାଣ୍ଡ: ‘ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା ବ୍ୟକ୍ତି ହିଁ ଷଡଯନ୍ତ୍ରକାରୀ’

ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର କହିଛନ୍ତି‌, "ହତ୍ୟାର ଶିକାର ହୋଇଥିବା ଲୋକର ପରିବାର ଯେଉଁଠି ଟ୍ରାୟଲ ହେଉଛି ସେହି କୋର୍ଟରେ ଦରଖାସ୍ତ କରିପାରିବେ ।କୋର୍ଟର କ୍ଷମତା ଅଛି ଏନେଇ ପୁନଃ ତଦନ୍ତ ପାଇଁ ଦରଖାସ୍ତ ଗ୍ରହଣ କରିପାରିବେ। ରାଜ୍ୟ ସରକାର ଓ ପରିବାର ଲୋକ ଦରଖାସ୍ତରେ ଏନେଇ ଜଣାଇପାରିବେ। ଜଣାଇବା ପରେ ଟ୍ରାୟଲ କୋର୍ଟର କ୍ଷମତା ଅଛି ଯେଉଁ ତଦନ୍ତକାରୀ ଏଜେନ୍ସି ପୁର୍ବରୁ ତଦନ୍ତ କରି ରିପୋର୍ଟ ଦେଇଛି ତାକୁ ମଧ୍ୟ ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇପାରିବେ। କିନ୍ତୁ ସିବିଆଇ କୁ ତଦନ୍ତ ପାଇଁ ଦେବାକୁ ହେଲେ ସରକାରଙ୍କ କ୍ଷମତା ଭିତରେ ନାହିଁ । କେବଳ ହାଇକୋର୍ଟ କ୍ଷମତା ଅଛି ।"

  • ଏମିତି କହିଲେ ତଦନ୍ତକାରୀ ଅଧିକାରୀ :

ଏହି ମାମଲାର ତଦନ୍ତ କରିଥିବା ଜଣେ ଉଚ୍ଚପଦସ୍ଥ ଅଧିକାରୀ ନିଜର ନାମକୁ ଗୋପନ ରଖି କହିଛନ୍ତି ଯେ, ସେଦିନ ଗୋପାଳ ତାର ବନ୍ଧୁକରୁ ତିନି ରାଉଣ୍ଡ ଗୁଳି ଚଳାଇଥିଲା । ସେଥିମଧ୍ୟରୁ ପ୍ରଥମ ଗୁଳିଟି ନବ ଦାସଙ୍କ ଛାତିରେ ବାଜିଥିଲା । ଏହାପରେ ଉପସ୍ଥିତ ଲୋକ ଓ ପୋଲିସ କର୍ମୀ ଗୋପାଳକୁ କାବୁ କରୁଥିବା ସମୟରେ ତାର ବନ୍ଧୁକରୁ ଆଉ ଦୁଇଟି ଗୁଳି ଫାୟାର ହୋଇଥିଲା । ସେହି ଦୁଇଟି ଗୁଳି ନବଦାସଙ୍କ ପଛରେ ଥିବା ତାଙ୍କର ଦ୍ବିତୀୟ ଗାଡ଼ିକୁ ଭେଦ କରିଥିଲା । ଏହି ୫ଟି ଚିହ୍ନ ଦୁଇଟି ଗୁଳି ଦ୍ବାରା ସୃଷ୍ଟି ହୋଇଛି । ଗାଡ଼ିର ବାହାର ପଟେ ମାଡ ହେବା ପରେ ଦୁଇଟି ଗୁଳି ଗାଡ଼ି ଭିତର ପଟକୁ ପ୍ରବେଶ କରିଥିଲା । ଫଳରେ ଦୁଇଟି ଗୁଳି ଉଭୟ ପ୍ରବେଶ ଓ ପ୍ରସ୍ଥାନ କରିଥିଲା । ସେଥିମଧ୍ୟରୁ ଗୋଟିଏ ଗୁଳି ଗାଡ଼ିର ସିଟ୍ ଭିତରେ ପଶି ଯାଇଥିବାରୁ ତାହା ଆଉ ଏକ ଗନ୍ ସଟ୍ ହୋଲ୍ ସୃଷ୍ଟି କରିଥିବା କଥା କହିଛନ୍ତି ସମ୍ପୃକ୍ତ ଅଧିକାରୀ । କ୍ରାଇମବ୍ରାଞ୍ଚ ସଠିକ ଢଙ୍ଗରେ ଏହି ମାମଲାର ତଦନ୍ତ କରିଛି ଏବଂ ଯଦି ସିବିଆଇ ଏହାର ତଦନ୍ତ କରିବ, ତେବେ ସେ ଏହି ତଦନ୍ତକୁ ସେ ସ୍ବାଗତ କରୁଥିବା ମଧ୍ୟ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର/କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.