ETV Bharat / technology

ଖୁବଶୀଘ୍ର 3G ସେବା ବନ୍ଦ କରିବ BSNL; ଜାନୁଆରୀ 15ରୁ ପାଟନାରୁ ଆରମ୍ଭ - BSNL TO DISCONTINUE 3G SERVICE

ଆପଣ BSNL ୟୁଜର ହୋଇଥିଲେ ଏହି ଖବର ଆପଣଙ୍କ ପାଇଁ । ସରକାରୀ ଟେଲିକମ କମ୍ପାନୀ ଖୁବଶୀଘ୍ର 3G ସେବା ବନ୍ଦ କରିବାକୁ ଯାଉଛି । ଅଧିକ ପଢନ୍ତୁ

BSNL TO DISCONTINUE 3G SERVICE
BSNL TO DISCONTINUE 3G SERVICE (File Photo)
author img

By ETV Bharat Tech Team

Published : Jan 3, 2025, 7:25 PM IST

Updated : Jan 3, 2025, 7:52 PM IST

ହାଇଦ୍ରାବାଦ: ଖୁବଶୀଘ୍ର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) 3G ସେବା ବନ୍ଦ କରିବାକୁ ଯାଉଛି । ଖରାପ ନେଟୱର୍କକୁ ନେଇ ବାରମ୍ବାର ଅଭିଯୋଗ ଆସୁଥିବା ବେଳେ ଏହାକୁ ହ୍ରାସ କରିବା ଲାଗି କମ୍ପାନୀ ଏହି ପଦକ୍ଷେପ ନେଇଥିବା କୁହାଯାଉଛି । ଭାରତରେ ବିଏସଏନଏଲ କେବଳ 2G, 3G ଓ 4G ସେବା ଯୋଗାଉଥିବା ଟେଲିକମ କମ୍ପାନୀ । ପ୍ରାଥମିକ ପର୍ଯ୍ୟାୟରେ ଜାନୁଆରୀ 15 ତାରିଖଠାରୁ କେବଳ ବିହାର କ୍ୟାପିଟାଲ ସିଟି ପାଟନା ଓ ଅନ୍ୟ କିଛି ଜିଲ୍ଲାଗୁଡ଼ିକରେ 3G ସେବା ବନ୍ଦ ହେବାକୁ ଯାଉଛି ।

ବିହାରରୁ ଆରମ୍ଭ

ଅନେକ ଗଣମାଧ୍ୟମ ସଂସ୍ଥାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଏସଏନଏଲ ମୁଖ୍ୟ ଜେନେରେଲ ମ୍ୟାନେଜର ଆର.କେ ଚୌଧୁରୀ କହିଛନ୍ତି ଯେ 4G ନେଟୱର୍କ ବିହାରର ଅନେକ ଜିଲ୍ଲାରେ ଅପଡେଟ ହୋଇଛି । ଫଳରେ ଅଧାରୁ ଅଧିକ ଜିଲ୍ଲାରେ 3G ନେଟୱର୍କ ସୁବିଧା ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବ । ଏହି ଜାନୁଆରୀ 15 ତାରିଖଠାରୁ ଆରମ୍ଭ ହେବ । କୁହାଯାଉଛି ପ୍ରଥମ ପର୍ଯ୍ୟାୟରେ ବିଏସଏନଏଲ ମୁଙ୍ଗେର, ଖଗଡ଼ିଆ, ବେଗୁସରାୟ, କଟିହାର, ମୋତିହାରିରେ 3G ନେଟୱର୍କ ବନ୍ଦ କରାଯାଇଛି । ଏହାପରେ ପାଟନା ସହିତ ଅନ୍ୟ ଜିଲ୍ଲାରେ 3ଜି ନେଟୱର୍କ ବନ୍ଦ କରାଯିବ । ଏହାଦ୍ବାରା 3G SIM ରଖିଥିବା ଗ୍ରାହକ କେବଳ କଲ୍‌ କରିପାରିବେ, ସେମାନଙ୍କୁ ଇଣ୍ଟରନେଟ୍‌ ସେବା ମିଳିବ ନାହିଁ । ଯେଉଁମାନେ କେବଳ କଲ୍‌ ଓ ମେସେଜ ପାଇଁ ମୋବାଇଲ ବ୍ୟବହାର କରୁଛନ୍ତି, ସେମାନେ 3G SIM ବ୍ୟବହାର କରିପାରିବେ ।

3G SIM ବଦଳାଇ ମାଗଣାରେ ପାଆନ୍ତୁ ନୂଆ 4G SIM

ବିଏସଏନଏଲ ମୋବାଇଲ ସେବାର ପ୍ରିନ୍ସିପାଲ ଜେନେରାଲ ମ୍ୟାନେଜର ଶଙ୍କର ପ୍ରସାଦ କହିଛନ୍ତି ଯେ 3G ସିମ୍‌ ଥିଲେ ଏହାକୁ ବଦଳାଇ 4G ସିମ୍‌ ଆଣନ୍ତୁ । ଏଥିଲାଗି କୌଣସି ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ମାଗଣାରେ 3G ସିମକାର୍ଡଧାରୀଙ୍କୁ 4G SIM ମିଳିବ । ଗ୍ରାହକ ଏଥିଲାଗି ନିକଟସ୍ଥ ଗ୍ରାହକ ସୁବିଧା କେନ୍ଦ୍ର କିମ୍ବା ବିଏସଏନଏଲ କାର୍ଯ୍ୟାଳୟ ଯାଇପାରିବେ ।

କେବେଠୁ ଆରମ୍ଭ ହେଲା BSNL 4G ସର୍ଭିସ ?

କହି ରଖୁଛୁ କି, ଡିସେମ୍ବର 2024ରେ ସରକାରୀ ଟେଲିକମ କମ୍ପାନୀ ଭାରତର 4ଟି ପ୍ରମୁଖ ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ 4G ସେବା ଆରମ୍ଭ କରିଛି । ଜୁନ 2025 ସୁଦ୍ଧା ସମସ୍ତ ସର୍କଲରେ 4ଜି ସେବା ଉପଲବ୍ଧ କରିବାକୁ କମ୍ପାନୀ ଯୋଜନା କରୁଛି । ଖାଲି ସେତିକି ନୁହେଁ 2025 ପ୍ରାରମ୍ଭରୁ କମ୍ପାନୀ ୟୁଜରଙ୍କୁ 5G ସେବା ପ୍ରଦାନ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି ।

କେଉଁ ପ୍ରକାର ସେବା ପ୍ରଦାନ କରେ BSNL ?

ଏହି ସରକାରୀ ଟେଲିକମ କମ୍ପାନୀ ମୋବାଇଲ ଲାଗି ପ୍ରି-ପେଡ୍‌ ଓ ପୋଷ୍ଟପେଡ୍‌ ପ୍ଲାନ ସହିତ ଲ୍ୟାଣ୍ଡଲାଇନ, ବ୍ରଡବ୍ୟାଣ୍ଡ, ଫାଇବର ଲାଗି ଅନେକ ଶସ୍ତା ପ୍ଲାନ ପ୍ରଦାନ କରିଥାଏ ।

  • ମୋବାଇଲ ସେବା
  • ଲ୍ୟାଣ୍ଡଲାଇନ ସେବା
  • ବ୍ରଡବ୍ୟାଣ୍ଡ ସେବା
  • ଫାଇବର ସେବା
ଏହା ବି ପଢନ୍ତୁ
  1. BSNL ୟୁଜରଙ୍କ ଲାଗି ଖୁସି ଖବର ! ଖୁବଶୀଘ୍ର 5ଜି ସେବା, ଏମିତି କହିଲା TCS
  2. BSNL ଆଣିଲା 13ମାସର ଶସ୍ତା ପ୍ଲାନ; ଅନଲିମିଟେଡ କଲିଂ ସାଙ୍ଗକୁ ମିଳିବ 790GB ଡେଟା

Last Updated : Jan 3, 2025, 7:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.