ETV Bharat / entertainment

ଅଲ୍ଲୁଙ୍କୁ ଆଶ୍ବସ୍ତି, ମିଳିଲା ନିୟମିତ ଜାମିନ - ALLU ARJUN GRANTED REGULAR BAIL

ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ବେଲ ।

ALLU ARJUN GRANTED REGULAR BAIL
ALLU ARJUN GRANTED REGULAR BAIL (ANI)
author img

By ETV Bharat Odisha Team

Published : Jan 3, 2025, 7:28 PM IST

ହାଇଦ୍ରାବାଦ: ସୁପରଷ୍ଟାର ଅଲ୍ଲୁ ଅର୍ଜନଙ୍କୁ ବଡ଼ ଆଶ୍ବସ୍ତି । ପୁଷ୍ପା-2 ସ୍କ୍ରିନିଂ ବେଳେ ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳଚକଟା ମାମଲାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଛି ବଡ଼ ଆଶ୍ବସ୍ତି । ହାଇଦ୍ରାବାଦ ସ୍ଥିତ ନାମପଲ୍ଲୀ କୋର୍ଟ ଅଭିନେତାଙ୍କୁ ଅଲ୍ଲୁଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି । ଏହି ଦଳାଚକଟାରେ ଜଣେ 35 ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ପୁଅ ଗୁରୁତର ହୋଇଥିଲେ ।

ସନ୍ଧ୍ୟା ଥିଏଟର ମାମଲାରେ ଅଲ୍ଲୁଙ୍କୁ ଆଶ୍ବସ୍ତି:

ପୂର୍ବରୁ କୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଆଜି ମାମଲାର ରାୟ ପ୍ରକାଶ ପାଇଥିବା ବେଳେ ଅଭିନେତାଙ୍କୁ ଏକ ବଡ ଆଶ୍ବସ୍ତି ପ୍ରଦାନ କରିଛନ୍ତି ନାମପଲ୍ଲୀ କୋର୍ଟ । ସନ୍ଧ୍ୟା ଥିଏଟର ଦଳଚକଟା ମାମଲାରେ ନିୟମିତ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ଚିକ୍କଡପଲ୍ଲୀ ପୋଲିସ ଜାମିନକୁ କଡା ବିରୋଧ କରିଥିଲା । ଉଭୟ ପକ୍ଷଙ୍କ ଦଲିଲକୁ ଦେଖି ସମୀକ୍ଷା ପରେ ଅଲ୍ଲୁଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ତେବେ ଅଲ୍ଲୁଙ୍କୁ ବିନା ହେପାଜତକୁ ନେଇ ପୋଲିସ ମାମଲାର ଯାଞ୍ଚ କରିବ ।

କଣ ଥିଲା ପୂରା ମାମଲା:

ଗତ ଡିସେମ୍ବର 4ରେ ହାଇଦ୍ରାବାଦ ସ୍ଥିତ ସନ୍ଧ୍ୟା ଥିଏଟରରେ ପୁଷ୍ପା-2 ଫିଲ୍ମର ପ୍ରିମିୟମ ସୋ’ ଚାଲିଥିଲା । ସୋ’ ଦେଖିବାକୁ ଅଚାନକ ଚାଲିଆସିଥିଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ତାଙ୍କୁ ଦେଖିବା ପାଇଁ ଫ୍ୟାନଙ୍କର ପ୍ରବଳ ଭିଡ ଜମିଥିଲା । ଅତ୍ୟଧିକ ଭିଡ କାରଣରୁ ଦଳାଚକଟା ହୋଇଥିଲା । ଫଳରେ ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏବଂ ତାଙ୍କର 8 ବର୍ଷର ପୁଅ ଗୁରୁତର ହୋଇଥିଲେ । ଏହି ଘଟଣାରେ ହାଇଦ୍ରାବାଦ ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ହାତରେ ପକାଇଥିଲା ହାତକଡି । ଗୋଟିଏ ଦିନରେ ତାଙ୍କୁ 30 ଦିନର ଜାମିନ ପ୍ରଦାନ କରିଥିଲେ କୋର୍ଟ ।

ଏହା ମଧ୍ୟ ପଢନ୍ତୁ:

ଥିଏଟରରେ ଦଳାଚକଟା ମାମଲା; ମୃତକଙ୍କ ପରିବାରକୁ 2 କୋଟି ଦେଲେ ଅଲ୍ଲୁ ଅର୍ଜୁନ

'ପୁଷ୍ପା 2' ସ୍କ୍ରିନିଂରେ ଦଳାଚକଟା ମାମଲା; ଅଲ୍ଲୁ ଅର୍ଜୁନଙ୍କ ଜାମିନ ଆବେଦନ ଶୁଣାଣି ସ୍ଥଗିତ

ଜେଲରୁ ମୁକୁଳିବା ପରେ ଅଲ୍ଲୁ ଅର୍ଜୁନଙ୍କ ପ୍ରତିକ୍ରିୟା, 'ଯାହା ଘଟିଲା ତାହା ପାଇଁ...'

ଜେଲରୁ ବାହାରିଲେ ଅଲ୍ଲୁ ଅର୍ଜୁନ, ଜାମିନ ପରେ ବି ହେପାଜତରେ କାଟିଲେ ରାତି

ମୃତକଙ୍କ ପରିବାରକୁ 2 କୋଟିର ସହାୟତା:

ଏହି ଘଟଣା ପରେ ଅଲ୍ଲୁ ଅର୍ଜୁନ ଓ ପୁଷ୍ପା-2 ଟିମ ମୃତକଙ୍କ ପରିବାର 2 କୋଟିର ସହାୟତା ଦେବାକୁ ଘୋଷଣା କରିଥିଲେ । ଯେଉଁଥିରେ 1 କୋଟି ଅଲ୍ଲୁ ଅର୍ଜୁନ ଦେଇଥିଲେ । ଏହି ଘଟଣାରେ ଟିମ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ମଧ୍ୟ ଭେଟିଥିଲେ । ଏହି ସାକ୍ଷାତକାର ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଆମେ ଫିଲ୍ମ ଇଣ୍ଡଷ୍ଟ୍ରିର ସପକ୍ଷରେ ଅଛୁ ହେଲେ ଜନତାଙ୍କ ସୁରକ୍ଷାକୁ ନେଇ କୌଣସି ସାଲିସ କରାଯିବନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.