ETV Bharat / state

ଚାଲିଛି ଅବାଧ କଇଁଛ ଶିକାର, PCCFଙ୍କ ଦୃଷ୍ଟି ଆକର୍ଷଣ କଲେ ଶୁଭେନ୍ଦୁ - TURTLE HUNTING VIDEO

ସୋସିଆଲ ମିଡିଆରେ ବୁଲୁଛି କଇଁଛ ମାରି ରାନ୍ଧିବାର ଭିଡିଓ । କାର୍ଯ୍ୟାନୁଷ୍ଠାନ ଦାବି କଲେ ସ୍ନେକ ହେଲ୍ପଲାଇନ କାର୍ଯ୍ୟକର୍ତ୍ତା ।

ଚାଲିଛି ଅବାଧ କଇଁଛ ଶିକାର; PCCFଙ୍କ ଦୃଷ୍ଟି ଆକର୍ଷଣ କଲେ ଶୁଭେନ୍ଦୁ
ଚାଲିଛି ଅବାଧ କଇଁଛ ଶିକାର; PCCFଙ୍କ ଦୃଷ୍ଟି ଆକର୍ଷଣ କଲେ ଶୁଭେନ୍ଦୁ (ETV Bharat Odisha)
author img

By ETV Bharat Odisha Team

Published : Jan 5, 2025, 6:45 PM IST

ଭୁବନେଶ୍ବର: ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ-1972ର ପ୍ରଥମ ସୂଚୀରେ କଇଁଛକୁ ସରୀସୃପ ପ୍ରଜାତି ଭାବେ ସଂରକ୍ଷିତ ଶ୍ରେଣୀଭୂକ୍ତ କରାଯାଇଛି । ଏହା ଅନୁସାରେ, କଇଁଛ ଶିକାର କଲେ 7 ବର୍ଷ ପର୍ଯ୍ୟନ୍ତ ଜେଲ କିମ୍ବା 1 ଲକ୍ଷ ଟଙ୍କା ଜୋରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି । କିନ୍ତୁ ଓଡିଶାରେ ଚାଲିଛି ଏହି ବନ୍ୟପ୍ରାଣୀ ସଂରକ୍ଷଣ ଆଇନର ଖୋଲାଖୋଲି ଉଲ୍ଲଂଘନ । ଲୁଚାଛପାରେ ନୁହେଁ ବରଂ କଇଁଛକୁ ଶିକାର କରି ଖାଇବା ସହିତ ଟଙ୍କା ରୋଜଗାର କରିବା ଉଦ୍ଦେଶ୍ୟରେ ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ ମଧ୍ୟ କରାଯାଉଛି । ଘଟଣାରେ ଆପତ୍ତି ଉଠେଇବା ସହ ‘ପିସିସିଏଫ’ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ‘ସ୍ନେକ ହେଲ୍ପ ଲାଇନ’ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ସେ ଇ-ମେଲ୍‌ ଯୋଗେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଶୁଭେନ୍ଦୁ ।

  • ସୋସିଆଲ ମିଡିଆରେ କଇଁଛ ଭୋଜିର ଭିଡିଓ

ଅଭିଯୋଗ ଅନୁସାରେ, ବିବେକ ନାମକ ଜଣେ ଯୁବକ ସୋସିଆଲ ମିଡ଼ିଆ ସାଇଟ୍‌ ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମରେ ଇଣ୍ଡିଆନ ଫ୍ଲାପ ସେଲ କଇଁଛକୁ ରାନ୍ଧି ଖାଇବା ଭିଡ଼ିଓ ଅପଲୋଡ଼ କରିଛନ୍ତି । ଯୁବକଙ୍କ ୟୁଟ୍ୟୁବ୍‌ ପେଜରେ ସମ୍ବଲପୁରୀ ଭାଷାର ବ୍ୟବହାର ଓ ଭିଡ଼ିଓରେ ଓଡ଼ିଆ ଗୀତ ବ୍ୟବହାର ହୋଇଥିବାରୁ ସେ ଜଣେ ଓଡ଼ିଆ ବୋଲି ଅନୁମାନ କରାଯାଉଛି । ଉକ୍ତ ଭିଡିଓ ୟୁଟ୍ୟୁବ ତଥ୍ୟ ଅନୁଯାୟୀ 27 ଡିସେମ୍ବର 2024 ରେ ଅପଲୋଡ଼ ହୋଇଛି ବୋଲି ଜଣାପଡ଼ୁଛି । କଇଁଛକୁ ଛୁରୀରେ କାଟିବା ସହ ରନ୍ଧା ଯାଉଛି । ଶେଷରେ ଯୁବକ ଜଣକ ରନ୍ଧା ମାଂସ ଖାଇ ଭାରି ଖୁସି ହେଉଥିବା ମଧ୍ୟ ଭିଡ଼ିଓରେ ଦେଖା ଯାଉଛି ।

ଚାଲିଛି ଅବାଧ କଇଁଛ ଶିକାର; PCCFଙ୍କ ଦୃଷ୍ଟି ଆକର୍ଷଣ କଲେ ଶୁଭେନ୍ଦୁ (ETV Bharat Odisha)
  • ସମ୍ପୃକ୍ତ ଭିଡିଓର URL ସହ ଅଭିଯୋଗ

ଭାରତରେ କଇଁଛ ଏକ ସଂରକ୍ଷିତ ପ୍ରଜାତି ହୋଇଥିବାରୁ, ଏପରି କାର୍ଯ୍ୟ ପାଇଁ ଉକ୍ତ ଯୁବକଙ୍କୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଇ-ମେଲ୍‌ ମାଧ୍ୟମରେ ଚିଠି ଲେଖି ଅନୁରୋଧ କରିଛନ୍ତି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ଉଭୟ ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମରେ ଅପଲୋଡ଼ ହୋଇଥିବା ଭିଡ଼ିଓକୁ ଡାଉନଲୋଡ ଏବଂ ଭିଡ଼ିଓର URLର ସ୍କ୍ରିନସଟକୁ ପ୍ରମାଣ ସ୍ବରୂପ ଶୁଭେନ୍ଦୁ ଇ-ମେଲରେ ସଂଲଗ୍ନ ମଧ୍ୟ କରିଛନ୍ତି ।

  • ଟଙ୍କା ପାଇଁ ସୋସିଆଲ ମିଡିଆରେ ଛଡାଯାଉଛି ପଶୁପକ୍ଷୀଙ୍କ ଭିଡିଓ: ଶୁଭେନ୍ଦୁ

ଶୁଭେନ୍ଦୁ କହିଛନ୍ତି, "ବେଆଇନ ଭାବରେ ଟଙ୍କା ରୋଜଗାର କରିବା ପାଇଁ ହିଁ ବନ୍ୟପ୍ରାଣୀଙ୍କୁ ଧରି ବା ଖାଇବାକୁ ଦେଇ ସୋସିଆଲ ମିଡିଆରେ ଫୋଟୋ/ଭିଡ଼ିଓ ପୋଷ୍ଟ କରାଯାଉଛି । ସାପ ଧରିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ଅଭିଯୋଗରେ ଭଦ୍ରକର ଜଣେ ବ୍ୟକ୍ତି ଗିରଫ ହୋଇଥିଲେ । ସେହିପରି ମାଙ୍କଡ ଭିଡ଼ିଓ ପୋଷ୍ଟ କରି ଯାଜପୁରର ଦମ୍ପତି ଗିରଫ ହୋଇଥିଲେ । ଉଭୟ ଘଟଣାର ଅଭିଯୁକ୍ତ ଜାମିନରେ ଆସିବା ପରେ ପୁଣି ସେଇ ବେଆଇନ କାମ ଆରମ୍ଭ ଆରମ୍ଭ କରିଛନ୍ତି ।’’

ଏହା ମଧ୍ୟ ପଢନ୍ତୁ:-

ନିଷିଦ୍ଧାଞ୍ଚଳରୁ ଟ୍ରଲର ଜବତ: ୩ ମୃତ ଅଲିଭ ରିଡ଼ଲେ ଉଦ୍ଧାର, ୬ ଗିରଫ

ଦେବୀ ନଦୀ ମୁହାଣରୁ ଆନ୍ଧ୍ର ସୀମାବର୍ତ୍ତୀ ଟ୍ରଲର ଜବତ, ୯ ଅଟକ

ଋଷିକୁଲ୍ୟା ମୁହାଣ ମୁହାଁ ଅଲିଭ ରିଡଲେ କଇଁଛ, ମାଛ ଧରା ଓ ଟ୍ରଲର ଚଳାଚଳରେ କଟକଣା

  • କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି: ଶୁଭେନ୍ଦୁ

ଶୁଭେନ୍ଦୁ ଆହୁରି ମଧ୍ୟ କହିଛନ୍ତି,‘‘ବନ ବିଭାଗ ପକ୍ଷରୁ ମାଷ୍ଟର ରେସକ୍ୟୁୟର ଭାବେ ମାନ୍ୟତା ପାଇଥିବା ଅଧିକାଂଶ ବ୍ୟକ୍ତି ସାପ ଧରିବା ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଅର୍ଥାତ ସୋସିଆଲ ମିଡିଆରେ ସାପ ଧରିବା ଭିଡ଼ିଓ ପୋଷ୍ଟ କରିବା ଅଭିଯୋଗରେ ଯେଉଁମାନେ ଗିରଫ ହେବା କଥା, ସେମାନଙ୍କୁ ମାଷ୍ଟର ଆଖ୍ୟା ଦେଇଛି ବନ ବିଭାଗ । ଯେକୌଣସି ବ୍ୟକ୍ତି ବନ୍ୟପ୍ରାଣୀଙ୍କୁ ଶିକାର କିମ୍ବା ଉଦ୍ଧାର କରିବା ଭିଡ଼ିଓ/ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରୁଛି ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.