ETV Bharat / state

ଥରୁଛି ଓଡ଼ିଶା, କାଲିଠୁ ବଦଳିବ ପାଗର ମୁଡ୍‌ - ODISHA WEATHER UPDATE

ଆସନ୍ତା ୨୪ ଘଣ୍ଟା ଯାଏଁ ଶୀତ ଲହରୀ । କାଲି ଠାରୁ ବଦଳିବ ପାଗର ମୁଡ୍‌ । ବଢିବ ପାରଦ, କମିବ ଶୀତ ।

ଥରୁଛି ଓଡିଶା, କାଲିଠୁ ବଦଳିବ ପାଗର ମୁଡ୍‌
ଥରୁଛି ଓଡିଶା, କାଲିଠୁ ବଦଳିବ ପାଗର ମୁଡ୍‌ (ETV Bharat Odisha)
author img

By ETV Bharat Odisha Team

Published : Jan 5, 2025, 6:12 PM IST

ଭୁବନେଶ୍ବର: ଆଜି ପାଇଁ ଓଡ଼ିଶାରେ ଅନୁଭୂତ ହେବ ଶୀତ ଲହରୀ । ଥରିବ ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶା । ଆସନ୍ତାକାଲି (୬ ତାରିଖ)ରୁ ପାଗରେ ପରିବର୍ତ୍ତନ ଆସିବ । ପୁଣି ଉପରମୁହାଁ ହେବ ପାରଦ । ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ସହ ଶୀତର ପରିମାଣର ମଧ୍ୟ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

  • ୨୪ ଘଣ୍ଟାରେ ବଦଳିବ ପାଗର ମୁଡ

ବର୍ତ୍ତମାନ ସାରା ରାଜ୍ୟରେ ଶୁଖିଲା ପାଗ ରହିଥିବା ବେଳେ ୭ଦିନ ଯାଏଁ ଏଭଳି ପାଗ ଲାଗି ରହିବ । ଉତ୍ତର-ପୂର୍ବ ଭାରତରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ଫଳରେ ଶୀତ ଲହରୀ ଜାରି ରହିଛି । ଆସନ୍ତାକାଲି ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସୁନ୍ଦରଗଡ, ଝାରସୁଗୁଡା, କନ୍ଧମାଳ, କଳହାଣ୍ଡି, କୋରାପୁଟ, ଅନୁଗୋଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ,ବଲାଙ୍ଗୀର ସମେତ ଟୁଇନ୍‌-ସିଟି କଟକ ଏବଂ ଭୁବନେଶ୍ବରରେ ଶୀତର ପ୍ରକୋପ ଅନୁଭୁତ ହେବ । ଥଣ୍ଡା ସହ ଘନକୁହୁଡିର ପ୍ରଭାବ ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିବ । ଏଥିପାଇଁ ୪ଟି ଜିଲ୍ଲା ସୁନ୍ଦରଗଡ, କଳାହାଣ୍ଡି ,କେନ୍ଦୁଝର, କନ୍ଧମାଳ ଏବଂ କୋରାପୁଟକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ପ୍ରାୟ ୫୦ ମିଟର ତଳକୁ ଖସିଆସିବ ।

ଥରୁଛି ଓଡିଶା, ୬ ରୁ ବଢିବ ତାପମାତ୍ରା (ETV Bharat Odisha)
  • କାଲିଠାରୁ ଆରମ୍ଭ ହେବ ପଶ୍ଚିମା-ଝଡର ପ୍ରଭାବ

ସେହିଭଳି ଅନୁଗୋଳ, ଢେଙ୍କାନାଳ, ଯାଜପୁର ,ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ଏବଂ ରାୟଗଡାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରି କରାଯାଇଛି । ୬ ତାରିଖରୁ ପୁଣି ତାପମାତ୍ରା ବଢିବା ସହ ଶୀତ କମିବ । ପଶ୍ଚିମା ଝଡର ପ୍ରଭାବରେ ରାଜ୍ୟକୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବଢିବ । ଫଳରେ ତାପମାତ୍ରା ବୃଦ୍ଧି ହେବା ସହ ରାଜ୍ୟରେ ଶୀତ କମିବ । ବିଶେଷ କରି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ତାପମାତ୍ରା ବଢିବ ।

ଥରୁଛି ଓଡିଶା, ୬ ରୁ ବଢିବ ତାପମାତ୍ରା
ଥରୁଛି ଓଡିଶା, ୬ ରୁ ବଢିବ ତାପମାତ୍ରା (ETV Bharat odisha)

ଏହା ମଧ୍ୟ ପଢନ୍ତୁ:-

୨୪ ଘଣ୍ଟା ପର୍ଯ୍ୟନ୍ତ ଶୀତ ଲହରୀ, ୬ରୁ କମିବ ଶୀତ

ଶୀତରେ ଥରୁଛି ସାରା ଓଡିଶା, ୨ ଦିନ ଯାଏ ପାଗରେ ନାହିଁ ପରିବର୍ତ୍ତନ

  • ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ୯ଟି ସହରରେ ଶୀତ ଲହରୀ ଅନୁଭୂତ ହୋଇଛି । ପାହାଡିଆ ଅଞ୍ଚଳ ଭାବରେ ୫.୦ ଡିଗ୍ରୀ ସହ ଜି.ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବରେ ରେକର୍ଡ କରିଛି । ସମତଳ ଅଞ୍ଚଳ ଭାବରେ ଫୁଲବାଣୀରେ ୮.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାଉରକେଲାରେ ୮.୭, କୋରାପୁଟରେ ୮.୮, ଝାରସୁଗୁଡା ଏବଂ ଅନୁଗୁଳରେ ୯ ଡିଗ୍ରୀ ଲେଖାଏଁ ରେକର୍ଡ ହୋଇଛି । ସିମିଳିଗିଲୁଡ଼ରେ ୫.୯, ଦାରିଙ୍ଗିବାଡ଼ି ୮. ୫ ,କୋରାପୁଟର ଭୁବନେଶ୍ବରରେ ୧୪.୫ ଏବଂ କଟକରେ ୧୪. ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.