ଡାଇବେଟିସ ଏକ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା । ମାତ୍ର ଆଜିର ଅସ୍ବାସ୍ଥ୍ୟକର ଜୀବନଶୈଳୀ ଓ ଖାଦ୍ୟଭ୍ୟାସ ଯୋଗୁଁ ଏହି ରୋଗ ଏବେ ସାଧାରଣ ହୋଇଗଲାଣି । ଡାଇବେଟିସ ରୋଗୀମାନେ ନିଜ ବ୍ଲଡସୁଗାର ପ୍ରତି ବିଶେଷ ସଚେତନ ରହିଥାନ୍ତି । ନିୟମିତ ଭାବରେ ନିଜର ସୁଗାର ସ୍ତର ଯାଞ୍ଚ କରିଥାନ୍ତି । ଏଥିପାଇଁ ସାଧାରଣତଃ ନିଡିଲ୍ରେ ଆଙ୍ଗୁଠିରୁ ରକ୍ତ ନେବାକୁ ପଡିଥାଏ, ଯାହାକି ସାମାନ୍ୟ ଯନ୍ତ୍ରଣାଦାୟକ । ହେଲେ ଏଣିକି ଆଉ ସୁଗାର ଟେଷ୍ଟ ପାଇଁ ନିଡିଲ ଦରକାର ନାହିଁ । ରାଡାର ଟେକ୍ନୋଲୋଜି ସାହାଯ୍ୟରେ ବିନା ନିଡିଲରେ ସୁଗାର ସ୍ତର ଯାଞ୍ଚ କରାଯାଇପାରିବ ।
Waterloo's ଡିପାର୍ଟମେଣ୍ଟ ଅଫ ଇଲେକ୍ଟ୍ରିକାଲ ଆଣ୍ଡ କମ୍ପ୍ୟୁଟର ଇଞ୍ଜିନିୟରିଂର ଆସୋସିଏଟ ପ୍ରଫେସର ଡ. ଜର୍ଜ ଶେଖର ଏବଂ ତାଙ୍କର ଟିମ୍ ଦ୍ବାରା ଏହି ରାଡାର ଟେକ୍ନୋଲୋଜି ବିକଶିତ କରାଯାଇଛି । ଏହି ସିଷ୍ଟମକୁ ଏକ ସ୍ମାର୍ଟ ୱାଚ ଭିତରେ ଫିଟ୍ କରାଯାଇ ଗ୍ଲୁକୋଜ ବା ସୁଗାର ସ୍ତର ଯାଞ୍ଚ କରାଯାଇପାରିବ । ଆପଣଙ୍କ ଶରୀରରେ ସୁଗାର କେତେ ରହିଛି ତାହା ଏହି ରାଡାର ସିଷ୍ଟମ ସଠିକ୍ ଭାବେ ଜଣାଇବାରେ ସକ୍ଷମ ବୋଲି ଡ. ଶେଖର ଜଣାଇଛନ୍ତି ।
ରାଡାର ସିଷ୍ଟମର କାର୍ଯ୍ୟପ୍ରଣାଳୀ ବୁଝାଇବାକୁ ଯାଇ ସେ କହିଛନ୍ତି, ଯେପରି ୱେଦର ସାଟେଲାଇଟ ରାଡାର ବ୍ୟବହାର କରି ପୃଥିବୀର ଆଟମୋସ୍ଫିୟର ମନିଟର କରେ ସେହିପରି ଏହି ରାଡାର ମଣିଷ ଶରୀରରେ ଗ୍ଲୁକୋଜ ସ୍ତର ମନିଟର କରିପାରିବ । ଏହି ସିଷ୍ଟମର ମୁଖ୍ୟ ଉପାଦାନଗୁଡିକ ହେଲା ରାଡାର ଚିପ୍, ଏକ ଇନଞ୍ଜିନିୟରିଂ ମେଟା ସରଫେସ ଓ ମାଇକ୍ରୋକଣ୍ଟ୍ରୋଲର ।
ରାଡାର ଚିପ୍ ଶରୀର ମାଧ୍ୟମରେ ସିଗନାଲ ପ୍ରେରଣ ଓ ଗ୍ରହଣ କରିବ, ମେଟା ସରଫେସ ସଙ୍କେତଗୁଡିକୁ ଦେଖି ସୁଗାର ସ୍ତରର ସଠିକ୍ ଅନୁଧ୍ୟାନ କରିବ । ଯାହାଫଳରେ ଆପଣଙ୍କ ସୁଗାର ସ୍ତରରେ ସାମାନ୍ୟତମ ପରିବର୍ତ୍ତନ ହେଲେ ଏହି ସିଷ୍ଟମ ଜରିଆରେ ଜଣାପଡିଯିବ । ଅନ୍ୟ କୌଣସି ଟେକନିକ ଏପରି ସଠିକତା ପ୍ରଦାନ କରିପାରିବ ନାହିଁ । ତେବେ ଏହି ସିଷ୍ଟମକୁ ଅଧିକ ଉନ୍ନତ କରିବା ପାଇଁ ଆହୁରି କିଛି କାମ ବାକି ରହିଛି ବୋଲି Dr. George Shaker କହିଛନ୍ତି । ବର୍ତ୍ତମାନ ଟିମ୍ ଏହି ଡିଭାଇସକୁ ପିନ୍ଧିବା ଯୋଗ୍ୟ ଉପକରଣରେ ଇନଷ୍ଟଲ ପାଇଁ ଟେକନିକ ବାହାର କରିବା ଦିଗରେ କାର୍ଯ୍ୟ କରୁଛି ।
Source: https://uwaterloo.ca/news/media/no-more-needles-tracking-blood-sugar-your-wrist