Mann Ki Baat@100: ଚକଖଡିରେ ମୋଦିଙ୍କ ପ୍ରତିକୃତି ଗଢି ଉପହାର କଲେ ବ୍ରହ୍ମପୁର ଯୁବକ - କେ ବିଜୟ କୁମାର ରେଡ୍ଡି
🎬 Watch Now: Feature Video
ବ୍ରହ୍ମପୁର: ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ଆଜି ୧୦୦ତମ ଏପିସୋଡ ଅବସରରେ ଚକଖଡିରେ ସୂକ୍ଷ୍ମ ପ୍ରତିକୃତି ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁର ସହର ଯୁବକ କେ.ବିଜୟ କୁମାର ରେଡ୍ଡି । ଯୁବକ ଜଣକ ଚକଖଡିରେ ୨ ସେଣ୍ଟିମିଟର ଉଚ୍ଚତାର ପ୍ରଧାନମନ୍ତ୍ରୀଙ୍କ ପ୍ରତିକୃତି ପ୍ରସ୍ତୁତ କରିଛନ୍ତି । ଏହାସହିତ ୧୦୦ତମ ମନ୍ କି ବାତ୍ ସହ ଏକ ମାଇକର ପ୍ରତିକୃତି ନିର୍ମାଣ କରିଛନ୍ତି । ଏଥିପାଇଁ ତାଙ୍କୁ ମାତ୍ର ଏକ ଘଣ୍ଟା ସମୟ ଲାଗିଥିଲା । ଏହି ସୂକ୍ଷ୍ମ ପ୍ରତିକୃତି ପ୍ରସ୍ତୁତ କରିବା ପରେ ବିଜୟ ଏହାକୁ କୋରିଅରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଛନ୍ତି । ଏହା ହସ୍ତଗତ ହେବା ପରେ ଏଭଳି କଳାକୃତି ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯୁବକଙ୍କୁ ପ୍ରଶଂସା କରାଯାଇଛି । ଏଥିସହ MyGovIndia ଟ୍ବିଟର ଆକାଉଣ୍ଟରେ ଏହି ପ୍ରତିକୃତି ପୋଷ୍ଟ କରାଯାଇଛି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ମଧ୍ୟ ବିଜୟଙ୍କୁ ବେଶ୍ ପ୍ରଶଂସା କରିବା ସହ ନିଜର ଟ୍ବିଟର ଆକାଉଣ୍ଟରେ ତାଙ୍କର କଳାକୃତିକୁ ସ୍ଥାନ ଦେଇଛନ୍ତି । କେ. ବିଜୟ ରେଡ୍ଡି ଶୀତଳାପଲ୍ଲୀ ସ୍ଥିତ ପାରାଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଛାତ୍ର । ରାଜ୍ୟ ତଥା ଦେଶର ବିଭିନ୍ନ କାର୍ଯ୍ୟକ୍ରମରେ ଏହି ଇଞ୍ଜିନିୟରିଂ ଛାତ୍ରଙ୍କ ଅନେକ କଳାକୃତି ପ୍ରଶଂସିତ ହୋଇଛି ।
ଇଟିଭି ଭାରତ, ବ୍ରହ୍ମପୁର