thumbnail

By ETV Bharat Odisha Team

Published : Oct 12, 2023, 7:54 AM IST

ETV Bharat / Videos

ବ୍ରହ୍ମପୁର ଯୁବଶିଳ୍ପୀଙ୍କ କମାଲ, ଚକ୍‌ ଖଡିରେ ଦେଲେ ସାଇବର ସୁରକ୍ଷା ସଚେତନତା ବାର୍ତ୍ତା


ବ୍ରହ୍ମପୁର: ସାଇବର ସୁରକ୍ଷା ଅଭିଯାନକୁ ନେଇ ସାରା ରାଜ୍ୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି  । ଏପରି ସ୍ଥଳେ ଚକ୍ ଖଡିରେ ନିଖୁଣ କାରିଗରୀ ମାଧ୍ୟମରେ ସାଇବର ସୁରକ୍ଷା ସଚେତନତା ବର୍ତ୍ତା ଦେଇଛନ୍ତି ବ୍ରହ୍ମପୁରର ଯୁବଶିଳ୍ପୀ କେ. ବିଜୟ ରେଡ୍ଡି । ଯୁବଶିଳ୍ପୀ ଜଣକ ୫ଟି ଚକରେ ସାଇବର ଅପରାଧ ପାଇଁ ଜାରି ହୋଇଥିବା ଟୋଲ ଫ୍ରି ନମ୍ବର 1930, ସାଇବର ସୁରକ୍ଷାର ମାସ୍କେଟ୍‌, ସାଇବର ଅପରାଧ, ସାଇବର ସୁରକ୍ଷା ସିଲ୍କ ଏବଂ ସମସ୍ତଙ୍କ ହାତରେ ଫୋନକୁ ସ୍ଥାନିତ କରିଛନ୍ତି । ଏହାକୁ ସେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକ ଏମଙ୍କୁ ପ୍ରଦାନ କରିଛନ୍ତି  ।

ଏହାମଧ୍ୟ ପଢନ୍ତୁ: Cyber Safety Campaign: ଢେଙ୍କାନାଳରେ ମିନି ମାରଥନ ଜରିଆରେ ସଚେତନତା

ବିଜୟ ଇଞ୍ଜିନିୟରିଂ ଛାତ୍ର ହୋଇଥିବା ବେଳେ ତାଙ୍କ ଘର ବ୍ରହ୍ମପୁର ସହର ଉପକଣ୍ଠ ଡୁରା ଅଞ୍ଚଳରେ । ସେ ନିଜର କଳାକୃତିକୁ ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମଙ୍କୁ ସାକ୍ଷାତ କରି ପ୍ରଦାନ କରିଛନ୍ତି । ଏସପି ମଧ୍ୟ ବିଜୟଙ୍କ କଳାକୃତିକୁ ଖୁବ୍ ପ୍ରଶଂସା କରିଛନ୍ତି । ବ୍ରହ୍ମପୁର ପୋଲିସ ଜିଲ୍ଲାରେ ସାଇବର ସୁରକ୍ଷା ନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରୁଥିବା ଚକ୍‌ରେ ପ୍ରସ୍ତୁତ ଏହି କଳାକୃତି ସାଇବର ସୁରକ୍ଷା ସଚେତନତାର ଏକ ଅଂଶ ହୋଇପାରିବ ବୋଲି ସେ କହିଛନ୍ତି । ବର୍ତ୍ତମାନର ସ୍ମାର୍ଟଫୋନ୍‌ ଯୁଗରେ ସବୁକିଛି ଡିଜିଟାଲ ମାଧ୍ୟମରେ ହେଉଥିବା ଯୋଗୁଁ ସମସ୍ତ ଜନସାଧାରଣ ସଚେତନ ହେଲେ ହିଁ ସାଇବର ଅପରାଧକୁ ରୋକାଯାଇ ପାରିବ ।
 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.