PDS ଚାଉଳ ବଣ୍ଟନରେ ଘୋଟାଲା, ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ହିତାଧିକାରୀ - ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ହିତାଧିକାରୀ

🎬 Watch Now: Feature Video

thumbnail

By

Published : May 7, 2023, 8:37 AM IST

ନୂଆପଡା: କୋମନା ବ୍ଲକ ଅନ୍ତର୍ଗତ ରାଜନା, ଆଗ୍ରେନ ଗ୍ରାମପଞ୍ଚାୟତରେ ଶତାଧିକ କୁଇଣ୍ଟାଲ PDS ଚାଉଳ ଘୋଟାଲା ଅଭିଯୋଗ । ଉଭୟ ଗ୍ରାମପଞ୍ଚାୟତରେ ଗରିବ ହିତାଧିକାରୀଙ୍କ ଚାଉଳକୁ ଯୋଗାଣ ସହାୟକ, ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ସରପଞ୍ଚ ହରିଲୁଟ କରୁଥିବା ଅଭିଯୋଗ । ରଜନା ଗ୍ରାମପଞ୍ଚାୟତର ଜାନୁଆରୀ, ଫେବୃଆରୀ, ମାର୍ଚ୍ଚ ମାସର PDS ଚାଉଳ ହିତାଧିକାରୀ ପାଇନଥିବା ଅଭିଯୋଗ । ଏନେଇ ସେମାନେ କୋମନା ବ୍ଲକ ଅଫିସ୍‌ ଘେରାଉ କରିଛନ୍ତି । 

ସେହିଭଳି ଆଗ୍ରେନ ଗ୍ରାମପଞ୍ଚାୟତର ନଭେମ୍ବର, ଡିସେମ୍ବର, ଜାନୁଆରୀମାସର ଚାଉଳ ପାଇନାହାନ୍ତି ହିତାଧିକାରୀ । 2ଗୋଟି ଗ୍ରାମପଞ୍ଚାୟତର ସମୁଦାୟ 6 ମାସର ଚାଉଳ ହଡପ ହୋଇଥିବା ଅଭିଯୋଗ । ଗ୍ରାମପଞ୍ଚାୟତରେ PDS ଚାଉଳ ଘୋଟାଲାର ଉଚ୍ଚସ୍ତରୀୟ ତଦନ୍ତ କରିବା, ମନରେଗା ଯୋଜନାରେ କାମ କରିଥିବା ଶ୍ରମିକଙ୍କୁ ତୁରନ୍ତ ପ୍ରାପ୍ୟ ପ୍ରଦାନ କରିବା ଏଭଳି 5 ଦଫା ଦାବିରେ ବ୍ଲକ କାର୍ଯ୍ୟଳୟକୁ ଘେରାଉ କରିଛନ୍ତି ଶତାଧିକ ହିତାଧିକାରୀ । ତୁରନ୍ତ ଦାବି ପୂରଣ ନହେଲେ ଆଗାମୀ ଦିନରେ ବିକ୍ଷୋଭକାରୀ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅପରପକ୍ଷେ ଖୁବଶୀଘ୍ର ଚାଉଳ ବଣ୍ଟନ କରିବା ସହ ସରକାରୀ ଚାଉଳ ଆତ୍ମସାତ ଅଭିଯୋଗର ତଦନ୍ତ କରାଯିବ ବୋଲି କୋମନା ବିଡିଓ ପ୍ରତିଶୃତି ଦେଇଛନ୍ତି ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.