ରାଇରଙ୍ଗପୁରରେ ସରିଲା ଦେବୀ ବାସନ୍ତୀଙ୍କ ଦଶମୀ ପୂଜା, ବିଦାୟ ନେଲେ ମାଆ - ରାଇରଙ୍ଗପୁରରେ ଶେଷ ହେଲା ମାଆ ବାସନ୍ତୀଙ୍କ ଦଶମୀ ପୂଜା

🎬 Watch Now: Feature Video

thumbnail

By

Published : Apr 1, 2023, 10:31 AM IST

ରାଇରଙ୍ଗପୁର: ଶେଷ ହୋଇଯାଇଛି ମା' ବାସନ୍ତୀଙ୍କ ଦଶମୀ ବିହିତ ପୂଜା । ଯାହାକି ଗତକାଲି ନୀତି କାନ୍ତି ସହ ସମାପନ ହୋଇଛି । ବସନ୍ତ ଋତୁରେ ଚୈତ୍ର ମାସ ଶୁକ୍ଳପକ୍ଷରେ ହେଉଥିବା ମା' ଦୁର୍ଗାଙ୍କ ପୂଜାକୁ 'ବାସନ୍ତୀ ପୂଜା' ବୋଲି କୁହାଯାଏ । ଶୁକ୍ରବାର ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରାଯାଇ ମଣ୍ଡପରେ ମହାଦଶମୀ ବିହିତ ପୂଜା ଅନୁଷ୍ଠିତ ହୋଇଯାଇଥିଲା । ମହାଦଶମୀର ପୂଜା, ହୋମ, ପୁଷ୍ପାଞ୍ଜଳି ପ୍ରକ୍ରିୟା ପରେ ଯୋଗିନୀ ପୂଜା ଓ ଅପରାଜିତା ପୂଜା ସମ୍ପନ୍ନ ହେବା ପରେ ସନ୍ଧ୍ୟା ସମୟରେ ମା'ଙ୍କ ଆରତୀ ଓ ଘଟ ବିସର୍ଜନ କାର୍ଯ୍ୟ ସମାପନ ହୋଇଥିଲା । 

ଢୋଲ, ଶଙ୍ଖ, ଘଣ୍ଟ ଘଣ୍ଟା ଶବ୍ଦରେ କମ୍ପି ଉଠୁଥିଲା ମା' ବାସନ୍ତୀଙ୍କ ପୀଠ । ମାଆ ବାସନ୍ତୀଙ୍କ ଆଗମନରେ ରାଇରଙ୍ଗପୁର ସହର ତଥା ଆଖପାଖ ଅଞ୍ଚଳ ବେଶ ଚଳଚଞ୍ଚଳ ହୋଇ ଉଠିଥିଲା । ରାଇରଙ୍ଗପୁର ସହରର ଡାକ୍ତରଖାନା ଛକ ନିକଟରେ ଥିବା ପୂଜା ମଣ୍ଡପରେ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ପୂଜାର୍ଚ୍ଚନା କରିବା ସହିତ ମାଆଙ୍କ ଆଶୀର୍ବାଦ ପ୍ରାପ୍ତି କରିଥିଲେ । ଗତକାଲି ସନ୍ଧ୍ୟାରେ ଭସାଣ କାର୍ଯ୍ୟକ୍ରମ ହୋଇଥିଲା ।
 

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.