ବିଶ୍ଵ ଆଦିବାସୀ ଦିବସ; ପଦ୍ମପୁରରେ ବିଶାଳ ଆଦିବାସୀ ସମାବେଶ - ପଦ୍ମପୁରରେ ବିଶ୍ଵ ଆଦିବାସୀ ଦିବସ
🎬 Watch Now: Feature Video
ବରଗଡ଼: ଆଜି ବିଶ୍ଵ ଆଦିବାସୀ ଦିବସ ଉପଲକ୍ଷେ ପଦ୍ମପୁର ଉପଖଣ୍ଡସ୍ତରୀୟ ଆଦିବାସୀ କଲ୍ୟାଣ ସଂଘ ତରଫରୁ ଏକ ମହାସଭାର ଆୟୋଜନ କରାଯାଇଥିଲା । ଏହି ମହାସଭାରେ ପଦ୍ମପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ପୁରୁଷ ଓ ମହିଳା ଯୋଗଦେବା ସହ ସ୍ଥାନୀୟ ରାଜାଜୀ ଟାଉନ ହଲଠାରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପଞ୍ଚବାଦ୍ୟ ତଥା ପାରମ୍ପରିକ ନୃତ୍ୟ ପରିବେଷଣ ସହ ଭବ୍ୟ ଶୋଭାଯାତ୍ରାରେ ବାହାରି ଆରଏମ୍ସି ପଡିଆସ୍ଥିତ ସଭାସ୍ଥଳକୁ ପହଞ୍ଚିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ନାଚଗୀତ ତାଳେ ତାଳେ ବିଶ୍ୱ ଆଦିବାସୀ ଦିବସ ପାଳନ କଲେ ରାଉରକେଲାବାସୀ
ଏହି ମହାସଭାରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଏବଂ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଯୋଗ ଦେଇଥିଲେ । ଆଦିବାସୀ ମାନଙ୍କର ଐତିହ, ସଂସ୍କୃତି, ପ୍ରଥା, ରୀତିନୀତି ତଥା ପୀଠ କଳାକୁ ବଞ୍ଚାଇ ରଖିବା ସହ କେନ୍ଦ୍ର ସରକାରଙ୍କ ୟୁସିସି ବିଲକୁ ରଦ୍ଦ କରାଯିବାକୁ ଦାବି ହୋଇଥିଲା । ଏହାସହ ଜଙ୍ଗଲ ଜମି ଅଧିକାର ମୁତାବକ ଗୋଷ୍ଠୀ ଗତ ଓ ବ୍ୟକ୍ତିଗତ ପଟ୍ଟା ପ୍ରଦାନ ଓ ମଣିପୁରରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଅଭିଯୁକ୍ତମାନଙ୍କୁ ଫାଶି ଆଦି ଦାବି କରିବା ସହ ଆଗାମୀ ଦିନରେ ଆାଦିବାସୀ ସୁରକ୍ଷା ପାଇଁ ସଙ୍ଗଠନକୁ ସୁଦୃଢ କରିବା ପାଇଁ ସଭାରେ ଆଲୋଚନା ହୋଇଥିଲା । ଏହାସହ କେନ୍ଦ୍ର ସରକାର ଆଦିବାସୀଙ୍କୁ ଅବହେଳା ପ୍ରଦର୍ଶନ କରୁଥିବା ବେଳେ ରାଜ୍ୟ ସରକାର କିନ୍ତୁ ଆଦିବାସୀଙ୍କ ସୁରକ୍ଷା ସବୁବେଳେ କରିଆସୁଥିବା ନେଇ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ନିଜର ବକ୍ତ୍ୟବ୍ୟ ରଖିଥିଲେ । ଆଗାମୀ ଦିନରେ ପଦ୍ମପୁର ଅଞ୍ଚଳରେ ଆଦିବାସୀମାନଙ୍କ ଏକ ମ୍ୟୁଜିୟମ କରାଯିବାର ଲକ୍ଷ୍ୟ ରଖାଯାଇଥିବା ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା ।
ଇଟିଭି ଭାରତ, ବରଗଡ଼