ଜୋର ଧରିଲା ରାସ୍ତା ନିର୍ମାଣ ଦାବି, ପୂର୍ତ୍ତବିଭାଗ ଅଧିକାରୀଙ୍କୁ ଭେଟିଲା ଓକିଲ ସଂଘ

By ETV Bharat Odisha Team

Published : Nov 22, 2023, 10:28 PM IST

thumbnail

ନବରଙ୍ଗପୁର: ରାସ୍ତା ସମସ୍ୟା ପାଇଁ ପୂର୍ତ୍ତବିଭାଗ ଅଧିକାରୀଙ୍କୁ ଭେଟିଲେ ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ । ଜିଲ୍ଳାର ନନ୍ଦାହାଣ୍ଡି ବ୍ଲକ ଠାରେ ଥିବା ଜିଲ୍ଲା କୋର୍ଟକୁ ଯାଇଥିବା ରସ୍ତାଟି ସମ୍ପୁର୍ଣ ମରଣଯନ୍ତା ପାଲଟିଛି । ବାରମ୍ବାର ପୂର୍ତ୍ତବିଭାଗ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେଣୁ ଆଜି ଜିଲ୍ଲା ଓକିଲ ସଙ୍ଘ ସଭାପତି ନୃସିଂହ ନାଥ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରତିନିଧି ମଣ୍ଡଳୀ ପୂର୍ତ୍ତବିଭାଗ AE ପ୍ରଫୁଲ୍ଲ ମିଶ୍ରଙ୍କୁ ଭେଟିଛନ୍ତି । ଯଥାଶୀଘ୍ର ଏହି ରାସ୍ତାକୁ ନିର୍ମାଣ କରିବାକୁ ଦାବି କରିଛନ୍ତି । ଏହି ରାସ୍ତା ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହେଲେ ସୁଦ୍ଧା ବିଭାଗର କୌଣସି ଦାୟିତ୍ୱ ନେଉନଥିବା ଅଭିଯୋଗ ସଂଘ ।

ଅନ୍ୟପଟେ ଠିକାଦାର ରସ୍ତାଟିକୁ ଅଧପନ୍ତରିଆ ଭାବେ ଛାଡି ଦେଇଥିବା ଦେଖିବାକୁ ମିଳିଛି । ଫଳରେ ଲୋକମାନେ ଯାତାୟତରେ ବହୁ ଅସୁବିଧା ସମ୍ମୁଖୀନ ହୋଉଛନ୍ତି । ରାସ୍ତାରେ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନଜରକୁ ଆସୁଥିଲେ ସୁଧା ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି । ନନ୍ଦାହାଣ୍ଡି ବ୍ଲକର ଜନସାଧାରଣ ଏହି ରାସ୍ତା ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସହରକୁ ଯିବା ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଆଜି ଜିଲ୍ଲା ଓକିଲ ସଂଘ ବିଭାଗୀୟ ଯନ୍ତ୍ରୀଙ୍କୁ ଭେଟିବା ପରେ ଏହି ରାସ୍ତା ନିର୍ମାଣ କରିବା ପାଇଁ ବିଭାଗୀୟ ଅଧିକାରୀ ୭ଦିନର ସମୟ ମାଗିଥିବା ସୂଚନା ମିଳିଛି l 


ଏହା ମଧ୍ୟ ପଢନ୍ତୁ .....ବିକାଶ ହୋଇଛି ବିଫଳ, ରାସ୍ତା ନିର୍ମାଣ ପାଇଁ ରାସ୍ତାରୋକ

ସେହିଭଳି ନନ୍ଦାହାଣ୍ଡି ବ୍ଲକ ଡଙ୍ଗର ଭେଜା ପଞ୍ଚାୟତର ସରୁଗୁଡା ଓ ସାଗର ମୁଣ୍ଡା ଗ୍ରାମର ରାସ୍ତା ମଧ୍ୟ ଜବର ଦଖଲ ଉଚ୍ଛେଦ ପରେ ମଧ୍ୟ ରାସ୍ତା କାମ ଆରମ୍ଭ ହୋଇ ନଥିବା ଅଭିଯୋଗ କରିଛନ୍ତି l ଆଗାମୀ ୭ ଦିନ ସମୟ ମଧ୍ୟରେ ଯଦି ରାସ୍ତା ନିର୍ମାଣ କରାନଯାଏ  । ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସମ୍ପାଦକ ତପନ ସିଂ କହିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.