thumbnail

By ETV Bharat Odisha Team

Published : Sep 15, 2023, 8:13 AM IST

ETV Bharat / Videos

ବିପଦ ସଙ୍କେତରେ ବଂଶଧାରା ନଦୀ ଜଳସ୍ତର

ରାୟଗଡା: ବିପଦ ସଙ୍କେତରେ ବଂଶଧାରା ନଦୀ ଜଳସ୍ତର । ଲଘୁଚାପଜନିତ ତୁହାକୁ ତୁହା ବର୍ଷା ଲାଗି ରହିଥିବାବେଳେ ବଂଶଧାରା ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଫଳରେ ବଂଶଧାରା ନଦୀର ଜଳସ୍ତର ବଢିବାକୁ ଲାଗିଛି । ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଗୁରୁବାର ଦିନ ୧୦ ଟା ସୁଦ୍ଧା ୮୩.୭୫ ମିଟର ଦେଇ ନଦୀ ଜଳ ପ୍ରବାହିତ ହେଉଥିବା କେନ୍ଦ୍ରୀୟ ଜଳ ଆୟୋଗ ଗୁଣୁପୁର ପକ୍ଷରୁ ସୂଚନା ମିଳିଛି । ତେବେ ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବା ଯୋଗୁଁ ଦିନ ୧୧ ଟାରୁ ୧୨ଟା ମଧ୍ୟରେ ଗୁଣୁପୁର ଠାରେ ବିପଦ ସଙ୍କେତ ଅତିକ୍ରମ କରିବା ସମ୍ଭାବନା ରହିଛି । ଏଠାରେ ବିପଦ ସଙ୍କେତ ୮୪ ମିଟର, ସତର୍କ ସଙ୍କେତ ୮୩ ମିଟର ରହିଛି । ଚଳିତ ବର୍ଷ ବଂଶଧାରାରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ତଳ ମୁଣ୍ଡରେ ପାଣି ପଶିବା, ବଂଶଧାରା ଅବବାହିକାରେ ଥିବା ଚାଷ ଜମିରେ ପାଣି ମାଡିଯାଇ ଫସଲ ହାନି ହେବା ଆଶଙ୍କା କରାଯାଉଛି । ଅନ୍ୟ ପକ୍ଷରେ ଆଜି (ଶୁକ୍ରବାର) ମଧ୍ୟାହ୍ନରୁ ବର୍ଷାର ପରିମାଣ ଧୀରେ ଧୀରେ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୁଣି ୧୯ ତାରିଖରୁ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବର୍ଷା ବଢିଲେ ନଦୀ ଜଳସ୍ତର ବଢିପାରେ ।

ଏହା ବି ପଢନ୍ତୁ...ଖୋଲିଲା ହୀରାକୁଦର ଆଉ ୧୨ ଗେଟ, ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.